ବ୍ଲକ ଅଧ୍ୟକ୍ଷଙ୍କ ଦ୍ଵାରା ଶାରୀରିକ ଅକ୍ଷମଙ୍କୁ ହୁଇଲ ଚେୟାର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ପରିସରରେ ଶାରୀରିକ ଅକ୍ଷମ ଲୋକଙ୍କୁ ହୁଇଲ ଚେୟାର ପ୍ରଦାନ କରିଛନ୍ତି ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ । ଆଜି ୪ ଜଣ ଅକ୍ଷମ ଲୋକ ବ୍ଲକ ପରିସରକୁ ଆସି ବ୍ଲକ ଅଧ୍ୟକଙ୍କୁ ଭେଟିଥିଲେ । ଶାରୀରିକ ଅକ୍ଷମ ହେତୁ ସେମାନଙ୍କ ନିତିଦିନିଆ କାର୍ଯ୍ୟରେ ଅସୁବିଧା ହେଉଥିବାରୁ ହୁଇଲ ଚେୟାର ପ୍ରଦାନ କରିବାକୁ କହିଥିଲେ । ସଙ୍ଗେ ସଙ୍ଗେ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ତ୍ରିଲୋଚନ ନାଏକଙ୍କୁ ଡାକି ତୁରନ୍ତ ହୁଇଲ ଚେୟାର ପ୍ରଦାନ କରାଯିବ ବୋଲି କହିଥିଲେ । ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦଙ୍କ ଉପସ୍ଥିତରେ ସଙ୍ଗେ ସଙ୍ଗେ ଗୋଲାମୁଣ୍ଡା ଗ୍ରାମର ବଣକୁ ଛତ୍ରିଆ ଓ ମହାଲିଙ୍ଗ ଗ୍ରାମର ପ୍ରମାନନ୍ଦ ଛତ୍ରିଆଙ୍କୁ ହୁଇଲ ରିକ୍ସା ପ୍ରଦାନ କରାଯାଇଥିବା ବେଳେ ବେତରାଜପାଲି ଗ୍ରାମର ଦୀପ୍ତି ମାଝୀ ଓ ମକ୍ରାଗୁଡା ଗ୍ରାମର ବିଶ୍ୱ ବିହାରଙ୍କୁ ହୁଇଲ ଚେୟାର ପ୍ରଦାନ କରାଯାଇଥିଲା । ଏମାନଙ୍କୁ ସଙ୍ଗେ ସଙ୍ଗେ ବ୍ଲକ ଅଧ୍ୟକ୍ଷ ହୁଇଲ ଚେୟାର ପ୍ରଦାନ କରିଥିବାରୁ ବେଶ ଖୁସି ଥିଲେ । ଏହି ସମୟରେ ବିଡ଼ିଓ ସ୍ନିଗ୍ଧାରାଣୀ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷା ପଞ୍ଚମୀ ଦୀପ,ଗୋଲାମୁଣ୍ଡା ସରପଞ୍ଚ ପୁରୁଷୋତ୍ତମ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.