ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ସ୍ୱାଧୀନତା ସଂଗ୍ରାମର ବୀର ପୁରୁଷ ନିଶାମଣି ଖୁଣ୍ଟିଆଙ୍କର ୪୦ ତମ ଶ୍ରାଦ୍ଧ ବାର୍ଷିକୀ ଏବଂ ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୩୮ ଜନ୍ମ ଜୟନ୍ତୀ କଟକ ସଦର ୪୨ ମୌଜା ସ୍ଥିତ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ଆନନ୍ଦ ନୃସିଂହ ପୂଜ୍ୟପୂଜା ଭବନ ପଟଣାରେ ପାଳିତ ହୋଇଯାଇଛି। ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ଉପଦେଷ୍ଟା କବୟତ୍ରୀ ସରୋଜ ନଳିନୀ ମହାନ୍ତି, ଶିଶୁ ନୃତ୍ୟଶିଳ୍ପୀ ସୃଷ୍ଟି ଦାସ ମହାପାତ୍ର, କୃତିଛାତ୍ର ସୂର୍ଯ୍ୟକାନ୍ତ ମହାପାତ୍ର ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଦୁଇ ବରେଣ୍ୟ ସ୍ରଷ୍ଟାଙ୍କ ସ୍ମୃତି ଚାରଣ କରିଥିଲେ।