ଲଗାଣ ବର୍ଷାରେ ଭୁଶୁଡ଼ି ପଡିଲା କନକପୁର କେନ୍ଦୁ ପତ୍ର ଫଡ଼ି ଗୋଦାମ ଗୃହ

ଅଳ୍ପକେ ବର୍ତିଲେ ପତ୍ର ବନ୍ଧାଳି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇପଡିଛି କଳାହାଣ୍ଡିର ଜନ ଜୀବନ। ଏହାରି ଭିତରେ ଗୋଲାମୁଣ୍ଡା ବ୍ଲକ କେନ୍ଦ୍ର ପତ୍ର ଫଡି ରେଂଜ ଅନ୍ତର୍ଗତ କନକପୁର ପତ୍ର ଫଡ଼ି ଗୋଦାମ ସଂପୂର୍ଣ୍ଣ ଭାଂଗି ଯାଇଥିବା ଦେଖିବାକୁ ମିଳୁଛି। ଲଗାଣ ବର୍ଷାରେ ଏହା ଭୁଶୁଡ଼ି ପଡିଥିବା ଜଣାପଡିଛି। ଗୋଦାମ ଘରେ କେତେକ ପତ୍ର ବନ୍ଧାଳି ଥିବା ବେଳେ ଜଣେ ଶିଶୁ ସହିତ ତିନି ଜଣ ପତ୍ର ବନ୍ଧାଳି ଗୁରୁତର ହୋଇଛନ୍ତି।

ଏହି ପତ୍ରବନ୍ଧାଳିମାନେ ହେଉଛନ୍ତି ବଲାଂଗୀର ଜିଲ୍ଲା ହରିଶଂକର ଅଞ୍ଚଳର ସଂଜୁ ସୁନା(୩୫), ବାସନ୍ତୀ ତାଣ୍ଡି(୧୪) ଓ ବବି ସୁନା (୧)। ଗୋଲାମୁଣ୍ଡା ବ୍ଲକ ଯୁବ କଂଗ୍ରେସ ସଭାପତି ଲମ୍ବୁ ଜାଲ ଓ ସ୍ଥାନୀୟ ଲୋକେ ଉକ୍ତ ପତ୍ର ବନ୍ଧାଳିମାନଂକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଡକାଇ ପ୍ରାଥମିକ ଚିକିତ୍ସା ପାଇଁ ଚପ୍ରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଜଣାଯାଏ । ଅପରପକ୍ଷରେ ଦୀର୍ଘ ଦିନ ହେଲା ଏହି ପତ୍ର ଗୋଦାମ ରକ୍ଷଣାବେକ୍ଷଣ ହୋଇ ନଥିବାରୁ ଲଗାଣ ବର୍ଷାରେ ଏହା ଭାଂଗି ଆଜି ଏହି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏଥିପାଇଁ କେଗାଁ କେନ୍ଦୁ ପତ୍ର ରେଂଜ ଅଫିସ ସଂପୂର୍ଣ୍ଣ ଦାୟୀ ବୋଲି ସ୍ଥନୀୟ ଲୋକେ ଅଭିଯୋଗ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.