୧୪ ଅଗଷ୍ଟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ପୋଷ୍ଟାଲ ଡିଭିଜନ ତତ୍ୱାବଧାନରେ ଐତିହାସିକ ୧୪ ଅଗଷ୍ଟ ଅବସରରେ ବିଭାଜନ ବିଭୀଷିକା ସ୍ମୃତିଦିବସ ପାଳିତ ହୋଇଯାଇଛି। ଡାକ ଅଧିକ୍ଷକ ସଞ୍ଜୟ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଭାରତର ବିଭାଜନ ସମୟର ଲୋମହର୍ଷଣକାରି ଘଟଣା ସବୁକୁ ସ୍ମରଣ କରିବା ନିମନ୍ତେ ସର୍ବଭାରତୀୟ ସ୍ତରରେ ଭାରତ ସରକାରଙ୍କର ଡାକ ବିଭାଗ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରଦର୍ଶନୀ କରି ସାଧାରଣ ଲୋକଙ୍କୁ ୧୪ ଅଗଷ୍ଟ ୧୯୪୭ର ଦୁଃଖ, ଦୁର୍ଦ୍ଦଶା ଏବଂ ମାନବ ଅଧିକାରର ହନନ ତଥା ଅନିଚ୍ଛା ସତ୍ୱେ ନିଜ ଜନ୍ମମାଟିକୁ ଛାଡିବାର ବାଧ୍ୟ୍ୟ ବାଧକତା ଆଦି ଘଟଣାବଳିକୁ ସ୍ମରଣ କରିବା ନିମନ୍ତେ ସର୍ବଭାରତୀୟ ସ୍ତରରେ ଏହି କାର୍ଯ୍ୟକ୍ରମ କରାଯାଇଥାଏ ।

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ସିଂଦେଓଙ୍କ ସହ ଆନ୍ତଃରାଷ୍ଟ୍ରୀୟ ଖ୍ୟାତସମ୍ପନ୍ନ କବି ଡ଼. ଭବାନୀ ଶଙ୍କର ନିଆଲ, ସହଡ଼ାକ ଅଧିକ୍ଷକ ରାଜକିଶୋର ମହାରଣା, ବିଜୟ କୁମାର ପଟ୍ଟନାୟକ, ଭବାନୀପାଟଣା ମୁଖ୍ୟ ପୋଷ୍ଟମାଷ୍ଟର ଦିଲ୍ଲୀପ କୁମାର ମିଶ୍ର, ଡେପୁଟି ପୋଷ୍ଟ ମାଷ୍ଟର ମାନଧାତା ପଣ୍ଡା, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ ସଭାପତି କମ୍ବୁପାଣି ମିଶ୍ର ଏବଂ ବିଶିଷ୍ଟ ଅଧିବକ୍ତା ଜୟ ସିଂଦେଓ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଅଭିଷେକ ପଣ୍ଡା ଏବଂ ଅନ୍ୟ ପୋଷ୍ଟମାଷ୍ଟର ଷ୍ଟାଫ ଆୟୋଜନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.