ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ: ଗୋଲାମୁଣ୍ଡାରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଆଜି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସଭାଗୃହଠାରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ବ୍ଲକ ପ୍ରଶାସନ ପକ୍ଷରୁ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ସ୍ୱଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ତହସିଲଦାର ସର୍ବେଶ୍ୱର ଜାଲ, ବ୍ଲକ ଶିକ୍ଷା ଅଧିକାରୀ ନବ କିଶୋର ସାହୁ ପ୍ରମୁଖ ଉପସ୍ଥିତ ରହି ବ୍ଲକର ସମସ୍ତ ବିଦ୍ୟାଳୟର ବରିଷ୍ଠ ଓ କନିଷ୍ଠ ବିଭାଗରେ ଅନୁଷ୍ଠିତ ହୋଇଥିବା ବତ୍କୃତା, ଜାତୀୟ ସଙ୍ଗୀତ ଗାନ, ସାଧାରଣ ଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ୨୪ ଜଣ ଛତ୍ରଛାତ୍ରୀ ଓ ବ୍ଲକରେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଟପର ହୋଇଥିବା ମହାଲିଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ମନୀଷ ରଞ୍ଜନ ବୁଦ୍ଧିଆ, ବାଣିଜ୍ୟ ପରୀକ୍ଷାରେ ଟପର ହୋଇଥିବା ଗୋଲାମୁଣ୍ଡା ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଖଗେଶ୍ବର ନାଏକ, ଓ କଳା ପରୀକ୍ଷାରେ ଟପର ହୋଇଥିବା ଗରଗାବ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛତ୍ର ବିକାଶ ସାହୁ ତଥା ଦଶମ ଶ୍ରେଣୀ ପରୀକ୍ଷାରେ ବ୍ଳକରେ ଟପର ହୋଇଥିବା ଉଛୁଳା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ରିତୁ ଭୋଇ ତଥା ବ୍ଲକର ଶ୍ରେଷ୍ଠ ଶିକ୍ଷକ ଭାବେ କିଶୋର ଚନ୍ଦ୍ର ମାଝୀ ଓ ଶ୍ରେଷ୍ଠ ଅଧ୍ୟାପକ ଭାବେ ଶାନ୍ତନୁ କୁମାର ପରିଡାଙ୍କୁ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉକ୍ତ ଅବସରରେ ଅତିଥିମାନେ ୭୫ ବର୍ଷ ଆଜାଦିର ଅମୃତ ମହୋତ୍ସବକୁ ସ୍ମରଣୀୟ କରିବା ପାଇଁ ଭାରତର ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତି ଚାରଣ କରିବା ସହିତ ନିଜ ଘରେ ଓ ପାଖ ପଡ଼ୋଶୀଙ୍କୁ ଜାତୀୟ ପତାକା ଉଡାଇବାକୁ ଆହ୍ବାନ ଦେଇଥିଲେ । ବିଭିନ୍ନ ବିଭାଗରେ କୃତିତ୍ବ ଅର୍ଜନ କରିଥିବା ଛତ୍ରଛାତ୍ରୀ ଆଗାମୀ ଦିନରେ ଜିଲ୍ଲାସ୍ତରରେ ଅଂଶଗ୍ରହଣ କରି ନିଜ ସ୍କୁଲ ଓ ବ୍ଲକର ନାମ ରଖିବାକୁ କହିଥିଲେ ।

Udyog Nursery
Udyogi Nursery

ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ କମ୍ବୁପାଣି ମିଶ୍ର, ଜିଲ୍ଲାର ବରିଷ୍ଠ ଆଇନଜୀବି ଜୟ କୁମାର ସିଂହ ଦେଓ, ଗୋଲାମୁଣ୍ଡା ଯୋନର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତି ହେମାଙ୍ଗିନି ରାଉତ, ଦଶପୁର ଯୋନ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତି ସରିତା ମାଝୀ, କେଗାଁ ଯୋନର ଜିଲ୍ଲାପରିଷଦ ସଦସ୍ୟ ଜୟସେନ ସାହୁ ତଥା ଅନେକ ଗ୍ରାମପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ଅନେକ ବିଦ୍ୟାଳୟର ଶିକ୍ଷକ ମଧ୍ୟ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ ବିଭାଗୀୟ ଅଧିକାରୀ ପ୍ରଦୀପ କୁମାର ମହାପାତ୍ର ତଥା ବ୍ଳକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ଅବସରରେ ହ୍ୟୁଇଲ ଚେୟାର ମଧ୍ୟ ବଣ୍ଟନ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.