‘ଆମେ ଏକାଠି’ ପକ୍ଷରୁ ନୀଳଗିରିରେ ଅନୁଷ୍ଠିତ ହେଲା ବର୍ଷା କବିତା ଆସର

●● କବିତା ହୃଦୟ ଓ ମନକୁ ଯୋଡେ, କହିଲେ କବିଗଣ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ନୀଳଗିରି ସନ୍ନିକଟ ପୋଡାଶୁଳ ଗ୍ରାମସ୍ଥ ଏକ ଅତିଥିଶାଳାରେ ନବଗଠିତ ‘ଆମେ ଏକାଠି’ ନାମକ ଏକ ସାରସ୍ୱତ ସଂଗଠନ ପକ୍ଷରୁ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି କବିତା ଆସରରେ ନିମନ୍ତ୍ରିତ କବିମାନେ ସେମାନଙ୍କ ବର୍ଷା କବିତା ଆବୃତ୍ତି କରିବା ସହ ପରସ୍ପର ଭାବ ବିନିମୟ କରିଥିଲେ। ପ୍ରାରମ୍ଭରେ ସଂଗଠନ ପକ୍ଷରୁ କବି ଉତ୍ପଳ ମହାନ୍ତି ଆଭିମୁଖ୍ୟ ରଖିବା ସହ ‘ଆମେ ଏକାଠି’ ନିୟମିତ ଭାବରେ କବିଙ୍କୁ ଏକାଠି କରି କବିତାର ଏକ ପ୍ରଖର ପରିବେଶ ସୃଷ୍ଟି କରିବ ବୋଲି କହିଥିଲେ। ବର୍ଷଣ ମୁଖର ସନ୍ଧ୍ୟାରେ ଉପସ୍ଥିତ କବିଙ୍କୁ ସମ୍ବୋଧନ କରି କବି କୃଷ୍ଣ କୁମାର ମହାନ୍ତି କବିତା କିପରି ମନ ଓ ହୃଦୟକୁ ଯୋଡି କବିଙ୍କୁ ସବୁ ବାଧାବିପତ୍ତି ସତ୍ତ୍ଵେ ଏକାଠି କରିପାରେ ଆଜିର ଆସର ତାର ଏକ ବଳିଷ୍ଠ ଉଦାହରଣ ବୋଲି କହିଥିଲେ। କବି ଓ ଭାଷ୍ୟକାର ପ୍ରଶାନ୍ତ ଦାସ ଏହି ଆସରରେ ଅଧ୍ୟକ୍ଷତା କରିବା ସହ କବି ଓ କବିତାକୁ ନେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି କବିତା ଆସରରେ ଶୁଭେନ୍ଦୁ ଦାସ, ସୁନୀଲ ମିଶ୍ର, କ୍ଷୀରୋଦ ବିହାରୀ ବିଶ୍ଵାଳ, ଗଙ୍ଗାଧର ବିଶ୍ଵାଳ, କୃଷ୍ଣ କୁମାର ମହାନ୍ତି, ଉତ୍ପଳ ମହାନ୍ତି, ସିତାଂଶୁ ଲେଙ୍କା, ସୁଧାକର ସେଠୀ, ଶୈଳବାଳା ବେହେରା ଓ ପ୍ରଶାନ୍ତ ଦାସ ସ୍ଵରଚିତ ବର୍ଷା କବିତା ପାଠ କରିଥିଲେ। ଶେଷରେ ଗୋପାମୁଦ୍ରା ମହାପାତ୍ର ଶେଷକଥା ରଖିବା ସହ ଉପସ୍ଥିତ କବିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆସରରେ ପ୍ରତି ମାସରେ ଥରେ ଆମେ ଏକାଠି ହେବା ସହ କବିତା ପଢାଯିବାର ପ୍ରସ୍ତାବ କବି ପ୍ରଶାନ୍ତ ଦାସ ଦେଇଥିଲେ ଏବଂ ଏହାକୁ ସମସ୍ତେ ସମର୍ଥନ କରିଥିଲେ। ଚା ଜଳଯୋଗ ଏବଂ ରାତ୍ରି ଭୋଜନର ଆତିଥ୍ୟ ଦେଇଥିବାରୁ ଗୋପାମୁଦ୍ରା ମହାପାତ୍ର ଓ ତାଙ୍କ ସହଯୋଗୀଙ୍କୁ ଅନୁଷ୍ଠାନ ପକ୍ଷରୁ କୃତଜ୍ଞତା ଦିଆଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.