ରେତ ଡ୍ୟାମର ୨ଟି ଗେଟରୁ ଛଡାଗଲା ବନ୍ୟାଜଳ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରେତ୍ ଜଳସେଚନ ପ୍ରକଳ୍ପରୁ ପ୍ରଥମ ଥର ପାଇଁ ଛଡାଗଲା ବନ୍ୟା ଜଳ। ଆଜି ଚିଫ୍ କଂଷ୍ଟ୍ରକ୍ସନ ଇଞ୍ଜିନିୟର ବିଜୟ ଭୁଷଣ ମିଶ୍ର, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗିରିଜା ମିଶ୍ର ରେତ ଜଳସେଚନ ପ୍ରକଳ୍ପ କମିଟି ସଭାନେତ୍ରୀ ଚନ୍ଦ୍ରକାନ୍ତୀ ମେହେର, ସଂପାଦକ ଶୁନ୍ୟ ମଙ୍ଗରାଜ ଓ ପାଣି ପଞ୍ଚାୟତ କାର୍ଯ୍ୟକର୍ତ୍ତା ମାନଙ୍କ ଉପସ୍ଥିତିରେ ଦୁଇଟି ଗେଟ୍ ଦେଇ ବନ୍ୟାଜଳ ଛଡାଯାଇଛି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରେତ ଜଳସେଚନ ପ୍ରକଳ୍ପର ପାଣି ଫୁଲିବାରେ ଲାଗିଛି। ଏହି ଜଲସେଚନ ପ୍ରକଳ୍ପର ଜଳଧାରଣ କ୍ଷମତା ୬୪୩୮ ହେକ୍ଟର ମିଟର ଥିବାବେଳେ ଅଗଷ୍ଟ ୧୫ ସକାଳ ସୁଦ୍ଧା ଏଠାରେ ୫୬୯୦ ହେକ୍ଟର ମିଟର ଜଳ ରହିଥିଲା। ତେଣୁ ଦୁଇଟି ଗେଟ୍ ମାଧ୍ୟମରେ ବନ୍ୟାଜଳ ଛଡାଯାଇଛି। ରେତ ଜଳସେଚନ ପ୍ରକଳ୍ପ ମାଧ୍ଯମରେ ନର୍ଲା ଓ ଭବାନୀପାଟଣା ବ୍ଲକର ଅନେକ ଚାଷୀ ଉପକୃତ ହେଉଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.