ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଆଜି ୭୬ ତମ ସ୍ଵାଧିନତା ଦିବସ ଅବସରରେ କୋକସରା ବ୍ଲକ ସଦର ସରସ୍ୱତୀ ଶିଶୁ ମନ୍ଦିର ର ନୂତନ ଶ୍ରେଣୀ କୋଠରି କୁ କୋକସରା ବ୍ଲକ ଅଧ୍ୟକ୍ଷା ଉଦଘାଟନ କରିଛନ୍ତି। ସ୍ବର୍ଗତ ଗାନ୍ଧିବାଦୀ ସମାଜସେବୀ ହୁକୁମି ଚାନ୍ଦ ଗୁପ୍ତା ଙ୍କ ସ୍ମୁତି ରେ ତାଙ୍କ ପୁଅ ହରଲାଲ ଗୁପ୍ତା ଶିଶୁ ମନ୍ଦିର ପାଇଁ ନୂତନ କୋଠା ନିର୍ମାଣ କରିଥିଲେ। ସ୍ୱାଧୀନତା ଦିବସ ଅବସରରେ ଆଜି ଲୋକାର୍ପିତ କରିଛନ୍ତି। ଶିଶୁ ମନ୍ଦିର ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଶିକ୍ଷାବିଦ ମିନିକେତନ ପ୍ରଧାନୀ, ବରିଷ୍ଠ ସମାଜସେବୀ ପୁରୁଷୋତ୍ତମ ଗୁପ୍ତା,ପ୍ରତିଷ୍ଠାତା ସଭାପତି ଅଶ୍ୱିନ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ କମଲେଶ୍ୱର ରଣା ମଞ୍ଚ ରେ ଉପସ୍ଥିତ ରହିଥିବା ବେଳେ ଶିଶୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶିଶୁ ମନ୍ଦିର ଭିତ୍ତିଭୂମି ରେ ସାହାଯ୍ୟ କରିଥିବା ହରଲାଲ ଗୁପ୍ତା ଙ୍କ ତିନି ସୁପୁତ୍ର କୂଳଦିପ ଗୁପ୍ତା, ଜବାହାରଲାଲ ଗୁପ୍ତା,ବିକ୍ରମ ଗୁପ୍ତା ସମେତ କମିଟି ର ସମ୍ପାଦକ ସୁନିଲ କୁମାର ପ୍ରଧାନୀ, ପୂର୍ବ ସଭାପତି ଅଶ୍ୱିନୀ ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧନା କରିଥିଲେ। ଅନ୍ୟତମ ଅତିଥି ଙ୍କ ମଧ୍ୟରେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ଅଧ୍ୟାପକ ଅଇରି ନାସନ ଚିନ୍ଦା, ବରିଷ୍ଠ ନେତା ନିମାଇଁ ଚରଣ ଧଙ୍ଗଡା ମାଝୀ, ଗୋବର୍ଦ୍ଧନ ବାଗ ପ୍ରମୁଖ ଉପସ୍ଥିତ ଅତିଥିମାନେ ଶିଶୁ ମନ୍ଦିର ପାଇଁ ଶ୍ରେଣି କୋଠରି ନିର୍ମାଣ କରି ଶିକ୍ଷା ର ବିକାଶ ଓ ଅଞ୍ଚଳ ର ଶିକ୍ଷାନୁଷ୍ଠାନ ପ୍ରତି ଉତ୍ସର୍ଗୀକୃତ ମନୋଭାବ ଦେଖାଇଥିବା ଗୁପ୍ତା ପରିବାର ଙ୍କୁ ପ୍ରସଂଶା କରିଛନ୍ତି। କାର୍ଯ୍ୟକ୍ରମ କୁ ଗୁରୁଜୀ ଧର୍ମରାଜ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ କମଲେଶ୍ୱର ରଣା ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ମନ୍ଦିର ର ଗୁରିଜି, ଗୁରୁମା କର୍ମଚାରୀ ସହଯୋଗ କରିଥିଲେ।