ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଗୁଡ଼ହାଣ୍ଡି ମଞ୍ଚ ଠାରେ ସୋମବାର ୭୬ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଏନ୍ ସି ସି ଛାତ୍ରୀମାନେ ଜାତୀୟ ସଂଗୀତ ଗାନ କରିଥିଲେ । ଆଜାଦି କି ଅମୃତ ମହୋତ୍ସବରେ ବ୍ଲକ ପ୍ରଶାସନ ପକ୍ଷରୁ ସମାଜସେବୀ ଘାସିରାମ ପଟ୍ଟଯୋଶୀ, ଯୁବ ସମାଜସେବୀ କୋପ୍ନେଶ୍ଵର ବେମାଲ ଓ ୨ଜଣ ସ୍ୱାଧୀନତା ସଂଗ୍ରାମୀ, କଲେଜ ଓ ଦଶମଶ୍ରେଣୀ ଟପ୍ପର ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଛି । ଏହି ଅବସରରେ କୋକସରା ବିଡ଼ିଓ ମନୀଷା ଦାସ, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଉପସ୍ଥିତ ରହିଥିବା ବେଳେ ଅଧ୍ୟାପକ ଅଇରୀନାଶନ ଚିନ୍ଦା ମଞ୍ଚ ପରିଚାଳନା କରିଥିଲେ । ଏହା ବ୍ୟତୀତ କୋକସରା ବ୍ଲକର ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ, ବେସରକାରୀ ଅନୁଷ୍ଠାନରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.