ବାଲିଗୁଡାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଜି୍‌ଲ୍ଲାପାଳ ଆଶିଶ ଇଶ୍ୱର ପାଟିଲ ଅଭିଯୋଗ ଶୁଣାଣୀ କରିଛନ୍ତି । ଏଥିରେ କନ୍ଧମାଳ ଏସପି ବିନିତ ଅଗ୍ରଓାଲ, ଏସଡିପିଓ ଜିଆର ରାଘେବେନ୍ଦ୍ର, ଉପ ଜିଲ୍ଲପାଳ ଦୁଃଖବନ୍ଧୁ ନାୟକ, ପିଏ ଆଇଟିଡିଏ ବାଲିଗୁଡା ମଧୁସୁଦନ ବେହେରା,ପିଡି ଡିଆରଡିଏ ବିଶ୍ୱରଂଜନ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅଜିତ ପଟ୍ଟନାୟକ ପ୍ରମୁଖ ମଂଚାସୀନ ଥିଲେ । ଏଥିରେ ୬୧ ଟି ଅଭିଯୋଗ ହୋଇଥିବା ବେଳେ ସାମୁହିକ ଭାବେ ଦୁଇଟି ଅଭିଯୋଗ ହୋଇଛି । ଅଧିକାଂଶ ଅଭିଯୋଗ ଆସିଥିଲା ଯେ ଗତ ଲଗାଣ ବର୍ଷାରେ ଘରଭାଙ୍ଗିଥିବା ନେଇ ଅଭିଯୋଗ ପରେ ସ୍ଥାନୀୟ ବିଡିଓ ଶଶାଙ୍କ ଶେଖର ପାତ୍ର ଘରଭାଙ୍ଗିଥିବା ଲୋକଙ୍କୁ ଜରିପାଲ ଦେଇଥିଲେ । ବାରଖମାର ମାତୃଭବନ ଉତ୍ପାଦିକା ଗୋଷ୍ଠିର ଅର୍ଥ ଅନିମିୟତା ନେଇ ବି ଗୋଷ୍ଠିଗତ ଭାବେ ଅଭିଯୋଗ କରିଥିଲେ ମହିଳା ମାନେ । ଉକ୍ତ ଶୁଣାଣୀ ଉପଖଣ୍ଡ ତଥା ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ଲଳିତ ମୋହନ ସାଗର ସଦଳେବଳେ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.