କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ୱାସ୍ଥ୍ୟସେବା କ୍ଷେତ୍ରର ସର୍ବୋତ୍ତମ ପ୍ରମାଣପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ଚିକିତ୍ସାଳୟର ଗୁଣାବତ୍ତା ମାନ ରଖିବା କ୍ଷେତ୍ରରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ରାୟଗଡ ଜିଲ୍ଲା ସଦର ମହକୁମାର ମୁଖ୍ୟ ଚିକିତ୍ସାଳୟକୁ ଜାତୀୟ ଗୁଣାବତ୍ତା ନିଶ୍ଚିତତା ମାନକ ପ୍ରମାଣପତ୍ର (ଏନକ୍ୱିୁଏଏସ) ପ୍ରଦାନ କରାଯାଇଛି । ଯାହାକି ସ୍ୱାସ୍ଥ୍ୟସେବା କ୍ଷେତ୍ରର ସର୍ବୋତ୍ତମ ପ୍ରମାଣପତ୍ର ବୋଲି ଜଣାପଡିଛି । ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ୮୯ ପ୍ରତିଶତ ଅଙ୍କ ସହିତ ଗୁଣାବତ୍ତା ନିଶ୍ଚିତତା ମାନକ ପ୍ରମାଣପତ୍ର ନିର୍ଦ୍ଧାରିତ ସମସ୍ତ ଆବଶ୍ୟକତା ପୂରଣ କରିଛି ଏବଂ ଏହି ପ୍ରମାଣପତ୍ର ଆସନ୍ତା ତିନି ବର୍ଷ ପାଇଁ ବୈଧ ରହିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବର୍ହିବିଭାଗ, ଅର୍ନ୍ତବିଭାଗ, ପ୍ରସବ ଗୃହ, ଅସ୍ତ୍ରୋପଚାର କକ୍ଷ, ମାତୃତ୍ୱ ଅସ୍ତ୍ରୋପଚାର କକ୍ଷ, ଶିଶୁ ବିଭାଗ, ମାତୃତ୍ୱ ବିଭାଗ, ରକ୍ତ ଭଣ୍ଡାର, ଔଷଧ ବିତରଣ ବିଭାଗ, ଲାବୋରୋଟୋରି, ରେଡିଓଲୋଜି, ଜେନେରାଲ ଆଡମିନଷ୍ଟ୍ରେସନ, ପୁଷ୍ଟିବିକାଶ, ସ୍ୱତନ୍ତ୍ର ନବଜାତ ସେବା କେନ୍ଦ୍ର ଆଦି ସମସ୍ତ ୧୪ ଟି ବିଭାଗକୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସର୍ବୋଚ୍ଚ ମାନଦଣ୍ଡ ପାଳନ ପୂର୍ବକ ତଥା ରୋଗୀଙ୍କ ଅଧିକାରର ସୁରକ୍ଷା ଏବଂ ସଚେତନତା ସୃଷ୍ଟି କରିବା ନିମନ୍ତେ ଗତ ୨୭ ସେପ୍ଟେମ୍ବରରେ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।

Omkar Vasthu
Omkar Vasthu

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଲାଲମୋହନ ରାଉତରାୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏହି ସଫଳତାରେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଏନକ୍ୱିୁଏଏସ ପ୍ରମାଣପତ୍ର ମୁଲ୍ୟାୟନର ଏକ ଅଂଶ ଭାବରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ମନୋନିତ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା ଗତ ଜୁଲାଇ ମାସରେ ସମସ୍ତ ବିଭାଗକୁ ପ୍ରତ୍ୟକ୍ଷ ଭାବେ ମୂଲ୍ୟାଙ୍କନ କରାଯିବା ସହିତ ସମସ୍ତ ଡକୁମେଣ୍ଟ ଯାଞ୍ଚ କରିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି ପ୍ରମାଣପତ୍ର ମଞ୍ଜୁର କରାଯାଇଥିଲା ବୋଲି ସୁଚନା ପ୍ରଦାନ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା କର୍ଯ୍ୟକ୍ରମ ପରିଚାଳକ ଜେ. ରାଜେଶ୍ୱର ରାୟ ପଟ୍ଟନାୟକ, ହସ୍ପିଟାଲ ମ୍ୟାନେଜର ସୋମ୍ୟରଞ୍ଜନ ସାହୁ ଏବଂ ଲକ୍ଷ୍ମୀପ୍ରିୟା ସ୍ୱାଇଁ, ଚିକିତ୍ସାଳୟର ସମସ୍ତ କର୍ମଚାରୀ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ଅଧିକାରୀଙ୍କ ନିରନ୍ତର ପ୍ରଚେଷ୍ଟା ଏବଂ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହି ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ସର୍ବୋତ୍ତମ ପ୍ରମାଣପତ୍ର ସମ୍ଭବ ହୋଇପାରିଲା ବୋଲି ଡା. ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସୁପରିଟେଣ୍ଡେଣ୍ଟ ଡା.ବରଦାକାନ୍ତ ମିଶ୍ର ମତ ପୋଷଣ କରିଥିଲେ ।

Udyog Nursery
Udyogi Nursery

ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ଗୁଣବତ୍ତା ବ୍ୟତୀତ ଭିତ୍ତିଭୂମୀରେ ଉନ୍ନତି ଆଣି ମାତୃ ଓ ନବଜାତ ଶିଶୁର ମୃତ୍ୟୁହାରକୁ ହ୍ରାସ କରିବା ପାଇଁ ମନ୍ତ୍ରଣାଳୟ ଗତ ତିନି ବର୍ଷ ହେଲା ନିରନ୍ତର ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସବ ଗୃହ, ପ୍ରସବ ଅସ୍ତ୍ରୋପଚାର କକ୍ଷକୁ ଶ୍ରମ ପ୍ରକୋଷ୍ଠରେ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଗୁଣବତ୍ତା (ଲକ୍ଷ୍ୟ)ପ୍ରମାଣପତ୍ର ପାଇଛି ।

ଏଠାରେ ଉଲ୍ଲେଖ୍ୟ ଯୋଗ୍ୟ ଯେ, ସମ୍ପ୍ରତି ରାୟଗଡା ସହରାଞ୍ଚଳ ପ୍ରାଥମିକ କେନ୍ଦ୍ର -୧ ମଧ୍ୟ ଜାତୀୟ ଗୁଣାବତ୍ତା ନିଶ୍ଚିତତା ମାନକ ପ୍ରମାଣପତ୍ର ( ଏନକ୍ୱିୁଏଏସ) ମଧ୍ୟ ପାଇଛି । ଆହୁରି ମଧ୍ୟ ରାୟଗଡ ସହରାଞ୍ଚଳରେ ଗତକାଲି ମାନ୍ୟବର ଖାଦ୍ୟ ଯୋଗାଣ ଏବଂ ଖାଉଟିକଲ୍ୟାଣ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ କରକମଳରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ଶୁଭଉଦଘାଟନ ହୋଇଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.