ମିଶନ ଶକ୍ତି ଋଣ ମେଳାରେ ୧୮୧ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ତିନି କୋଟି ୭୨ ଲକ୍ଷ ଋଣ ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଓଡିଶାର ମହିଳା ମାନଙ୍କ ଆର୍ଥିକ ଉନ୍ନତି ଲାଗି ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପ୍ରଥମ ଥର ଦୁଇ ଲକ୍ଷ ଲେଖାଏଁ ଋଣ ପ୍ରଦାନ କରୁଥିବା ବେଳେ ପ୍ରଥମ ଥର ନେଇଥିବା ଋଣ ପରିଶୋଧ କଲେ ଦ୍ବିତୀୟ ଥରରେ ଚାରି ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ ଦେବାର ବ୍ୟବସ୍ଥା ରହିଅଛି ।

ଋଣ ଦେଇ ବିଭିନ୍ନ ପ୍ରକାର ଚାଷର ତାଲିମ ମଧ୍ୟ ଦେବାର ବ୍ୟବସ୍ଥା ରହିଅଛି, ମାଛ, କୁକୁଡା, ଛେଳି, ଛତୁ ଓ ବିଭିନ୍ନ ପ୍ରକାର ପନି ପରିବା ଚାଷ ସହିତ ଛୋଟ ଛୋଟ ଧରଣର କୁଟିର ଶିଳ୍ପ ମାଧ୍ୟମରେ ଅର୍ଥ ଉପାର୍ଜନ କରି ଆଣିଥିବା ଋଣ ସୁଝୁଛନ୍ତି । ପ୍ରତ୍ୟେକ ଗାଁରେ ଥିବା ସରକାରୀ ପୋଖରୀ ଗୁଡିକୁ ସର୍ବ ପ୍ରଥମେ ସ୍ବୟଂ ସ୍ବହାୟକ ଗୋଷ୍ଠୀଙ୍କୁ ମାଛ ଚାଷ କରିବା ପାଇଁ ଲିଜ୍ ପ୍ରଦାନ କରାଯାଉଅଛି । ଏହି ସବୁ ଦୃଷ୍ଟିରେ ରଖି ଗୋଳାମୁଣ୍ଡା ବ୍ଲକ ସଭା ଗୃହ ଠାରେ ଏକ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇ ଯାଇଅଛି ।

ଏହି କାର୍ଯ୍ୟକ୍ରମରେ ଗୋଳାମୁଣ୍ଡା ବ୍ଲକରେ ଥିବା ସମସ୍ତ ବ୍ୟାଙ୍କ ଶାଖା ପରିଚାଳକ ଆସିଥିଲେ ଓ ୧୮୧ ଗୋଟି ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଋଣ ମଞୁରୀ ହୋଇଥିବା ବେଳେ ୩ କୋଟି ୭୨ ଲକ୍ଷର ଚେକ୍ ପ୍ରଦାନ କରାଯାଇଥିଲା । ଏଥି ମଧ୍ୟରୁ ଟଙ୍କା ଜମା ହୋଇ ନଥିବା କିଛି ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଅର୍ଥ ଅତି କମ୍ ଦିନ ମଧ୍ୟରେ ଆକାଉଣ୍ଟରେ ଟଙ୍କା ଜମା ହୋଇଯିବ ବୋଲି ଶାଖା ପରିଚାଳକ ସମୂହ ପ୍ରକାଶ କରିଥିଲେ ।

କାର୍ଯ୍ୟକ୍ରମରେ ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଓଡିଶା ଜିବନ ଜୀବିକା ମିଶନର ବିପିଏମ ସୁଧାଂଶୁ ଶେଖର ବିଶ୍ବାଳ, ସିଡିପିଓ ପ୍ରେମା ମଞୁରି ସାହୁ, ଗୋଳାମୁଣ୍ଡା ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ବାଲ୍ମିକି ପଣ୍ଡା, ଅତିରିକ୍ତ ଶାଖା ପରିଚାଳକ ଆଦିତ୍ୟ ପାଣିଗ୍ରାହୀ, ଗୋଳାମୁଣ୍ଡା ବିସିସି ମ୍ୟାନେଜର ଅଞ୍ଜନ କୁମାର ମେହେର, ଫରଙ୍ଗ ଶାଖା ପରିଚାଳକ ଜୟରାମ କୁମ୍ଭାର, ଗୋଳାମୁଣ୍ଡା ସେକ୍ଟର ମହିଳା ପରିଚାରିକା ଅଲିଭା ପଟ୍ଟନାୟକ, ବୃନ୍ଦାବାହାଲରୁ ଯଶୋବନ୍ତି ନାଏକ, ଫରଙ୍ଗରୁ ମଞ୍ଜୁଲତା ପଟ୍ଟନାୟକ, ମାନଝରୀରୁ ପଦ୍ମାବତି ସାହୁ, ମହାଲିଙ୍ଗରୁ ଶାନ୍ତିଲତା ମଙ୍ଗରାଜ, ବଡଚେରଗାଁରୁ ଚନ୍ଦ୍ରିକା ଦୁର୍ଗା, ବିଏଲସି ଅଜୟ ମାଝି ଓ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରି ସମ୍ପାଦିକା ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.