ସିଂହପୁରରେ ମା’ ଗଜଲକ୍ଷ୍ମୀଙ୍କ ପୂଜା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ସିଂହପୁର ଗ୍ରାମରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ବହୁ ଆଡ଼ମ୍ବରରେ ପାଳିତ ହେଉଛି। ସକାଳ ୧୦ଟା ସମୟରେ କଳାହାଣ୍ଡିର ପାରମ୍ପରିକ ବୀରବାଦ୍ୟ ଘୁମୁରା ପରିବେଷଣ ମାଧ୍ୟମରେ କଳସ ଯାତ୍ରା କରାଯାଇଥିଲା। ବହୁ ଜନ ସମାଗମରେ ଭକ୍ତବୃନ୍ଦ ସିଂହପୁର ଭାରଦା ଜୋରଠାରୁ କଳସ ଆଣି ମା’ ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ସ୍ଥାପନ କରିଥିଲେ। କଳସ ଯାତ୍ରାରେ ସମାଜସେବୀ ବାବୁଲି ମଣ୍ଡଳ, ସ୍ଥାନୀୟ ସମିତିସଭ୍ୟ ଗୋକୁଳାନନ୍ଦ ବିଶ୍ଵାଳ, ସରପଞ୍ଚ ଉଚ୍ଛବ ପଧାନ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ। ସନ୍ଧ୍ୟାରେ ଗ୍ରାମର ଯୁବକମାନେ ସଙ୍କୀର୍ତ୍ତନ କରି ଗ୍ରାମକୁ ଉତ୍ସବ ମୁଖର କରିଥିଲେ। ଲୋକ ନାଟକକୁ ଉତ୍ସାହ ଦେବା ପାଇଁ ଆସନ୍ତାକାଲି ସୋନପୁର ସ୍ଥିତ ମହିଳା ଦଣ୍ଡନୃତ୍ୟ ଆୟୋଜନର ବ୍ୟବସ୍ଥା କରାଯାଇଥିବାର ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.