କୋଠଘର ଓ ଜ୍ଞାନ ପ୍ରକାଶର ମିଳିତ ଆନୁକୂଲ୍ୟରେ କବିତା ଆସର ଓ ଆଲୋଚନା ଚକ୍ର

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: କୋଠଘର ଆମ ସାହିତ୍ୟ ପରିବାର ଓ ଜ୍ଞାନ ପ୍ରକାଶର ମିଳିତ ଆନୁକୂଲ୍ୟରେ ଗୋଦାବରୀଶ ସାହିତ୍ୟ ସଂସଦର ସଭାକକ୍ଷରେ କବିତା ଆସର ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । କୋଠଘରର ସମ୍ପାଦିକା ତଥା ଜ୍ଞାନ ପ୍ରକାଶର ରାଜ୍ୟମୁଖ୍ୟ ଅମ୍ବିକା ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜ୍ଞାନ ପ୍ରକାଶର ମୁଖ୍ୟ ଉପେଦେଷ୍ଟା ତଥା ଶିକ୍ଷା ପରାମର୍ଶ ଦାତା ଜ୍ଞାନଚାନ୍ଦ ଶତପଥୀ, ଜ୍ଞାନ ପ୍ରକାଶର ବିଭିନ୍ନ କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ ।

ବରେଣ୍ୟ ଅତିଥି ବିଶିଷ୍ଟ ଭାଷବିତ ପଦ୍ମଶ୍ରୀ ଡ଼ଃ ଦେବୀପ୍ରସନ୍ନ ପଟ୍ଟନାୟକ ନିଜର ଅଭିଭାଷଣ ସହ ଆଶୀର୍ବଚନ ପ୍ରଦାନ କରିଥିଲେ । ଭାଷାବିଜ୍ଞାନୀ ଡଃ ଦେବାଶିଷ ମହାପାତ୍ର ଓ କଣ୍ଠଶିଳ୍ପୀ ହିମାଦ୍ରୀ ତନୟା ମିଶ୍ରଙ୍କ ସୁସଂଯୋଜନାରେ ବିଶିଷ୍ଟ ଶିଶୁ ସହିତ୍ୟିକ ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, କବି ବାଉରୀବନ୍ଧୁ ଲେଙ୍କା ଆଶୁତୋଷ ମେହେର, ଅନିମା ପଟ୍ଟନାୟକ, ଦିଲୀପ କୁମାର ନାୟକ, ଅଜୟ କୁମାର ସେଠୀ, ଆଶାଲତା ଦୀକ୍ଷିତ, ସୁଷମା ଦାଶ, ଇତିଶ୍ରୀ ପତି, ପୁଷ୍ପଲତା ମିଶ୍ର, ଡ଼ଃ ଅମ୍ବରିଶ ଶତପଥୀ ଇତ୍ୟାଦି ଅନେକ କବି କବିତା ପାଠ କରିଥିଲେ । ପରିଶେଷରେ କବି ଆଶୁତୋଷ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.