ଦୁର୍ବୁର୍ତ୍ତଙ୍କ ଉନ୍ମକ୍ତ କାଣ୍ଡ: ପୋଡିଲେ ବାଇକ୍ ଓ ସାଇକେଲ, ପଥର ବାନ୍ଧି ମହିଳାଙ୍କୁ କୁଅରେ ପକାଲଲେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବିନ୍ଦ୍ର ମିଶ୍ର): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଧାମନଗୁଡା ପଳସାପଡା ଗାଁର ଚିତ୍ର ମାଝୀଙ୍କ ଘରେ ଦୁର୍ବୁର୍ତ୍ତ ମାନେ ଉନ୍ମୁକ୍ତ କାଣ୍ଡ ଭିଆଇଛନ୍ତି । ସୋମବାର ବିଳମ୍ବିତ ରାତିରେ ଚିତ୍ର ମାଝୀଙ୍କ ଘର ବାରଣ୍ଡାରେ ଥିବା ଏକ ବାଇକ, ୨ଟି ସାଇକେଲ ଓ ଗୋଟିଏ ତିନି ଚକିଆ ସାଇକେଲକୁ ନିଆଁ ଲଗାଇ ଦେବା ପରେ ଅଜଣା ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ । ଘରର ଲୋକମାନେ ଏକଥା ଜାଣିବା ପରେ ପାଖରେ ଥିବା କୁଅକୁ ନିଆଁ ଲିଭାଇବାକୁ ପାଣି ଆଣିବାକୁ ଯାଇ ଦେଖିବା ବେଳକୁ ଜଣେ ମହିଳାଙ୍କୁ ପଥର ବାନ୍ଧି କୁଅରେ ପକାଇ ଦେଇଥିଲେ ତେବେ ଭାଗ୍ୟ ବଶତଃ ମହିଳା କୁଅରେ ଲାଗିଥିବା ପାଇପକୁ ଧରି ଗୁରୁତର ଅବସ୍ଥାରେ ରହିଥିବା ବେଳେ ତାଙ୍କୁ ଉଦ୍ଧାର କରି ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମହିଳା ଜଣକ ସେହି ଗାଁର ଗୋମାତୀ ମାଝୀ ବୋଲି ଜଣାପଡିଛି । ସମ୍ଭବତଃ ମହିଳା ଜଣକ ଦୁର୍ବୁର୍ତ୍ତ ମାନଙ୍କୁ ଦେଖି ଦେଇଥିବା ବେଳେ ଦୁର୍ବୁର୍ତ୍ତ ମାନେ ତାଙ୍କୁ ପଥର ବାନ୍ଧି କୁଅରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ତେବେ ଘଟଣା ସମ୍ପର୍କରେ ଦୁର୍ବୁର୍ତ୍ତଙ୍କ ପତ୍ତା ମିଳିନାହିଁ । କିଏ କାହିଁକି ଏହିଭଳି କାଣ୍ଡ ଭିଆଇଲା ସେ ନେଇ କୌଣସି ସୁଚନା ମିଳିନାହିଁ । ଏନେଇ ପୀଡିତ ପରିବାର ଜୟପାଟଣା ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.