ନର୍ଲା ପୋଲିସ ପକ୍ଷରୁ ବାଲିପଡ଼ାରେ ହେଲମେଟ ପରିଧାନ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ହେଲମେଟ ପରିଧାନକୁ ବାଧ୍ୟତା ମୂଳକ କରିଥିବା ବେଳେ ବିଭିନ୍ନ ସ୍ଥାନରେ ପୋଲିସ ମଧ୍ୟ କଡାକଡି ଭାବରେ ହେଲମେଟ ଚେକିଂ କରୁଥିବା ଦେଖିବାକୁ ମିଳିଛି । ହେଲେ ନର୍ଲା ପୋଲିସ ପକ୍ଷରୁ ପ୍ରତି ସୋମବାର ସକାଳ ୭ ଘଣ୍ଟା ରୁ ୧୧ ଟା ପଯ୍ୟନ୍ତ ପୋଲିସ ଷ୍ଟେସନ ସମ୍ମୁଖରେ ନର୍ଲା ଆଇଆଇସି ଗଙ୍ଗାଧର ମେହେରଙ୍କ ନେତୃତ୍ୱରେ ବାଇକ ଚାଳକ ମାନେ ହେଲମେଟ ପରିଧାନ ନିଶ୍ଚୟ କରନ୍ତୁ ବୋଲି ନର୍ଲା ଏସଆଇ ଦେବରାଜ ମାଝୀ, ଏଏସଆଇ ଆରଏନ ନିଶିକାଙ୍କ ସମେତ ନର୍ଲା ପୋଲିସ ଷ୍ଟାଫ ହେଲମେଟ ପରିଧାନ ସଚେତନତା ବିଷୟରେ ଲିଖିତ ପ୍ଲା-କାର୍ଡ଼ ଗୁଡିକ ହାତରେ ଧରି ହେଲମେଟ ପିନ୍ଧି ନଥିବା ବାଇକ ଚାଳକ ମାନଙ୍କୁ ରାସ୍ତା ରେ ଅଟକାଇ ହେଲମେଟ ପରିଧାନ କରନ୍ତୁ, ସୁରକ୍ଷିତ ରୁହନ୍ତୁ ବୋଲି ଜନସଚେତନତା ସୃଷ୍ଟି କରିଥିଲେ । ସୋମବାର ଭାନପୁର ଗ୍ରାମ ପଂଚାୟତର ବାଲିପଡା ଠାରେ ମଧ୍ୟ ନର୍ଲା ଆଇଆଇସି ଶ୍ରୀ ମେହେରଙ୍କ ନେତୃତ୍ୱରେ ହେଲମେଟ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିନା ହେଲମେଟ ରେ ବାଇକ ଚଳାଉଥିବା ଚାଳକ ମାନଙ୍କୁ ରାସ୍ତା ଉପରେ ଅଟକାଇ ଆଇଆଇସି ଶ୍ରୀ ମେହେର ଓ ନର୍ଲା ପୋଲିସ ଷ୍ଟାଫ ବାଇକ ଚାଳକଙ୍କ ପାଇଁ ହେଲମେଟ ପରିଧାନ କେତେ ଗୁରୁତ୍ୱପୂର୍ଣ୍ଣ, ହେଲମେଟ କେମିତି ଆମର ଜୀବନ ରକ୍ଷା କରୁଛି ସେ ବିଷୟରେ ବାଇକ ଚାଳକ ମାନଙ୍କୁ ବୁଝାଇ ଜନ ସଚେତନତା ସୃଷ୍ଟି କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ରେ ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ, ସେରଗଡ଼ ସରପଞ୍ଚ ରାହୁଲ ସାହୁ, ଯୁବ ସମାଜସେବୀ ତୀର୍ଥ ବୁଦ୍ଧିଆ ପ୍ରମୁଖ ସାମିଲ ହୋଇ ପୋଲିସକୁ ସାହାଯ୍ୟ କରିବା ସହ ଜନସଚେତନତା ସୃଷ୍ଟି କରିଥିଲେ । ପ୍ରତି ସୋମବାର ପୂର୍ବାହ୍ନରେ ନର୍ଲା ଥାନା, ତଥା ନର୍ଲାର ଅନ୍ୟାନ୍ୟ ଛକ ଜାଗା ଗୁଡିକରେ ନର୍ଲା ପୋଲିସ ତରଫରୁ ହେଲମେଟ ପରିଧାନକୁ ନେଇ ସଚେତନତା ସୃଷ୍ଟି କରାଯାଉଛି । ଏହାବାଦ ଅନ୍ୟ ସମୟରେ ମଧ୍ୟ ନିୟମିତ ଭାବରେ ନର୍ଲା ଅଂଚଳର ବିଭିନ୍ନ ସ୍ଥାନରେ କଡାକଡି ହେଲମେଟ ଚେକିଂ ହୋଇ ଜୋରିମାନା ଅସୁଲି କରାଯିବ । ଏହା ବର୍ଷ ସାରା ଚାଲିବ । ଏଣୁ ବାଇକ ଚାଳକ ମାନେ ଏଥିପ୍ରତି ଯତ୍ନବାନ ହୁଅନ୍ତୁ ବୋଲି ନର୍ଲା ଆଇଆଇସି ଶ୍ରୀ ମେହେର ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.