ଆଜି ୯୦ତମ ଇଣ୍ଟରପୋଲ ସାଧାରଣ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୮ ଅପରାହ୍ନ ୧.୪୫ରେ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ୯୦ତମ ଇଣ୍ଟରପୋଲ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଏହି ସାଧାରଣ ସଭା ଅକ୍ଟୋବର ୧୮ରୁ ୨୧ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ବୈଠକରେ ମନ୍ତ୍ରୀ, ବିଭିନ୍ନ ଦେଶର ପୋଲିସ ମୁଖ୍ୟ, ଜାତୀୟ କେନ୍ଦ୍ରୀୟ ବ୍ୟୁରୋ ମୁଖ୍ୟଗଣ ଓ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମେତ ୧୯୫ ଇଣ୍ଟରପୋଲ ସଦସ୍ୟର ପ୍ରତିନିଧି ମଣ୍ଡଳୀ ସାମିଲ ହେବେ। ଏହି ସାଧାରଣ ସଭା ଇଣ୍ଟରପୋଲର ସର୍ବୋଚ୍ଚ ନିୟାମକ ମଣ୍ଡଳୀ ଓ ନିଜ କାର୍ଯ୍ୟକ୍ରମ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ବର୍ଷକୁ ଥରେ ଆୟୋଜିତ ହୋଇଥାଏ। ଭାରତରେ ପ୍ରାୟ ୨୫ ବର୍ଷର ବ୍ୟବଧାନ ପରେ ଇଣ୍ଟରପୋଲ ସାଧାରଣ ସଭା ଆୟୋଜିତ ହେବ। ପୂର୍ବରୁ ୧୯୯୭ରେ ଏହା ଭାରତରେ ଆୟୋଜିତ ହୋଇଥିଲା। ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ନୂଆଦିଲ୍ଲୀ ଠାରେ ଇଣ୍ଟରପୋଲ ସାଧାରଣ ସଭା ୨୦୨୨ ଆୟୋଜନ ପାଇଁ ଭାରତର ପ୍ରସ୍ତାବ ବହୁମତରେ ସାଧାରଣ ସଭା ଦ୍ୱାରା ସ୍ୱୀକୃତ ହୋଇଥିଲା । ଏହି କାର୍ଯ୍ୟକ୍ରମ ସାରା ବିଶ୍ୱ ସମ୍ମୁଖରେ ଭାରତର ଆଇନ ଓ ଶୃଙ୍ଖଳା ସହ ଜଡିତ ସର୍ବୋତ୍ତମ କାର୍ଯ୍ୟପ୍ରଣାଳୀ ପ୍ରଦର୍ଶନ ପାଇଁ ସୁଯୋଗ ପ୍ରଦାନ କରିବ । କେନ୍ଦ୍ର ଗୃହ ମନ୍ତ୍ରୀ, ଇଣ୍ଟରପୋଲ ସଭାପତି ଅହମ୍ମଦ ନାସେର ଅଲ ରଇସି, ମହାସଚିବ ଶ୍ରୀ ଜର୍ଗନ ଷ୍ଟକ, ସିବିଆଇ ନିର୍ଦ୍ଦେଶକ ପ୍ରମୁଖ ଏହି ଅବସରରେ ଉପସ୍ଥିତ ରହିବେ । ସୂତ୍ରରୁ ପ୍ରକାଶ ଯେ ଫେଡେରାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି (ଏଫଆଇଏ) ର ମହାନିର୍ଦ୍ଦେଶକ ସ୍ତରର ନେତୃତ୍ୱରେ ପାକିସ୍ତାନୀ ପ୍ରତିନିଧୀ ଦଳ ନେତୃତ୍ୱ ନେବେ। ସୂତ୍ର ଏହା ମଧ୍ୟ କହିଛି ଯେ ପାକିସ୍ତାନୀ ପ୍ରତିନିଧୀଙ୍କ ପାଖରେ ପାକିସ୍ତାନ ଇଣ୍ଟରପୋଲର ନିର୍ଦ୍ଦେଶକ ମଧ୍ୟ ରହିବେ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.