ନର୍ଲା ବ୍ଲକ କଂଗ୍ରେସ କମିଟିର କର୍ମୀ ସମ୍ମିଳନୀ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ବଡଧାରପୁର ଗ୍ରାମ ପଞ୍ଚାୟତର କୁଚେଇଯୋର ଠାରେ ନର୍ଲା ବ୍ଲକ କଂଗ୍ରେସ କମିଟିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ କଂଗ୍ରସ ସଭାପତି ସମୀର ଚାନ୍ଦଙ୍କ ସଭାପତିତ୍ୱରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାରତ ଭୂଷଣ ବେମାଲ, ଜିଲ୍ଲା କଂଗ୍ରେସ କମିଟିର ବରିଷ୍ଠ ସଦସ୍ୟ ସରୋଜ ସାହୁ, ରଜନୀ କୁମାର, ରିଚେକର ଦୀପ, ନର୍ଲାର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତନୁ ମାଝୀ, ନର୍ଲା ବ୍ଲକ ଯୁବ କଂଗ୍ରସ ସଭାପତି ଦୀପୁ ପାତ୍ର, ଯୁବ ନେତା ରୋଶନ ମାଝୀ ପ୍ରମୁଖ ମଞ୍ଚସୀନ ରହି ଉପସ୍ଥିତ କର୍ମୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର ରେ ଧୂପ ଦୀପ ଦେପ ମାଲ୍ୟାର୍ପଣ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବ୍ଲକ ସଭାପତି ଶ୍ରୀ ଚାନ୍ଦ ପ୍ରଥମେ ସ୍ୱଗତ ଭାଷଣ ପ୍ରଦାନ କରିଥିଲେ । ଯୁବନେତା ରୋଶନ ମାଝୀ ପରିଚୟ ପ୍ରଦାନ କରିଥିଲେ । ଏହାପରେ ନର୍ଲାର ବିଭିନ୍ନ ଗ୍ରାମରୁ ଆସିଥିବା କର୍ମୀ ମାନେ ଦଳୀୟ କାର୍ଯ୍ୟକ୍ରମ ଉପରେ ମତାମତ ଦେଇ ଆଉ କିଭଳି କାର୍ଯ୍ୟକ୍ରମ ସବୁ ହାତକୁ ନେଲେ ଦଳ ମଜବୁତ ସ୍ଥିତିକୁ ଫେରିବ ଏବଂ ଦଳ ଲୋକଙ୍କ ଆସ୍ଥା ଭାଜନ ହେବ ସେ ବିଷୟରେ ମତାମତ ରଖିଥିଲେ । ହାର ଜିତ ତ ସବୁ କ୍ଷେତ୍ରରେ ରହିଛି । ହେଲେ କଳାହାଣ୍ଡି ର କଂଗ୍ରେସ ସଂଗଠନର ନାଉରୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଟାଣୁଆ ନେତା ଭକ୍ତ ଦାସ ରହିଛନ୍ତି ଏଣୁ କଂଗ୍ରେସ ଡଙ୍ଗା ବୁଡିବାର ପ୍ରଶ୍ନ ଉଠୁନି ବୋଲି କର୍ମୀ ମାନେ ତାଙ୍କ ବକ୍ତବ୍ୟ ରେ କହିଥିଲେ । ଆଗକୁ କଂଗ୍ରେସର ସ୍ଥିତି ନିଶ୍ଚୟ ସୁଦୃଢ଼ ରହିବ କାରଣ କଂଗ୍ରେସର କର୍ମୀ ମାନଙ୍କ ମନୋବଳ ଓ କଂଗ୍ରେସ ଦଳ ପାଇଁ କର୍ମୀ ମାନଙ୍କ ହୃଦୟରେ ଏବେବି ସ୍ୱତନ୍ତ୍ର ସ୍ଥାନ ରହିଥିବା ଜିଲ୍ଲା ସଭାପତି ଶ୍ରୀ ବେମାଲ ତାଙ୍କ କର୍ମୀ ଉଦ୍ବୋଧନୀ ବକ୍ତବ୍ୟରେ କହିଥିଲେ । ଇତ୍ୟବସରରେ ବିଜେଡି ଦଳରୁ ୫ ଜଣ ଓ ବିଜେପି ଦଳର ୮ ଜଣ ଯୁବ କର୍ମୀ କଂଗ୍ରେସରେ ଦଳରେ ଯୋଗଦାନ କରିଥିଲେ । ଅନ୍ୟ ଦଳ ପ୍ରତି ବିତୃଷ୍ଣା ହୋଇ କଂଗ୍ରେସ ଦଳରେ ଯୋଗଦାନ କରିଥିବା ଯୁବକ ମାନଙ୍କୁ ଜିଲ୍ଲା ସଭାପତି ପୁଷଗୁଚ୍ଛ ଦେଇ ସ୍ୱଗାତ କରିଥିଲେ । ଏହାପରେ ସଂଗଠନ ଅଭିବୃଦ୍ଧି ପାଇଁ ଦଳୀୟ କର୍ମୀ ମାନେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନ କୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିବା ପାଇଁ ଜିଲ୍ଲା ସଭାପତି କର୍ମୀ ମାନଙ୍କୁ ସଜାଗ ରହିବା ଓ ସଂଗଠନ ସୁଦୃଢ ଦିଗରେ ଚେଷ୍ଟିତ ରହିବା ଓ ବ୍ଲକ ସଭାପତିଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟ ବରିଷ୍ଠ ଦଳୀୟକର୍ମୀ ମାନଙ୍କ ମଧ୍ୟରେ ସୁଦାମ ପଧାନ, ଅଲେଖ ସେନାପତି, ଆଦିକନ୍ଦ ନାଏକ, ମଞ୍ଜିସ ବିଭାର, ଗଣପତି ମୁଣ୍ଡା, ନରୋତ୍ତମ କରୁଆଁ, ବଳରାମ ମାଝୀ, ରାମ ସେନାପତି ପ୍ରମୁଖ ଉପସ୍ଥିତ ରହି ସଙ୍ଗଠନ ଅଭିବୃଦ୍ଧି ପାଇଁ ସୁ ଚିନ୍ତିତ ମତାମତ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବ୍ଲକ ସଭାପତି ଶ୍ରୀ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.