ଧର୍ମଗଡ଼ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକ ବିଷୟରେ ଜନ ସାଧାରଣଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ବିଜେଡ଼ି ପକ୍ଷରୁ ରବିବାର ପଦଯାତ୍ରା ଇଚ୍ଛାପୁର ଠାରୁ ଆରମ୍ଭ ହୋଇଥିଲା । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୌଷଧି ବାଗ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଜନ ସାଧାରଣଙ୍କୁ ସଚେତନ କରିଥିଲେ । ଏଥିରେ ବିଧାୟକ ସମେତ ୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ଗୋପି ମହାନନ୍ଦ, ୨ ନମ୍ବର ଜୋନ୍ ଜିଲ୍ଲା ପରିଷଦ ଶଙ୍କର ଯୁଏଡ, ୩ ନମ୍ବର ଜୋନ୍ ଜିଲ୍ଲା ପରିଷଦ ପ୍ରନବ ପ୍ରକାଶ ଭଏଁସାଲ, ଏନଏସି ଉପାଧ୍ୟକ୍ଷ ମନିଷା ମିଶ୍ର, ପୂର୍ବତନ ଏନଏସି ଅଧ୍ୟକ୍ଷା ହିରା ବାଗ, ଏପିପି ରାଜେନ୍ଦ୍ର ମୁନି, ଧର୍ମଗଡ଼ ବିଧାୟକଙ୍କ କୋକସରା ପ୍ରତିନିଧି ମାନସ ରଞ୍ଜନ ବାଗ, ଧର୍ମଗଡ଼ ବିଧାୟକ ପ୍ରତିନିଧି ସ୍ବାଧୀନ ବାଗ ପ୍ରମୁଖ ଯୋଗଦେଇ ଥିଲେ । ଇଚ୍ଛାପୁର ଠାରୁ ପଦଯାତ୍ରାରେ ବାହାରି ବୋଡ଼େନ ପର୍ଯ୍ୟନ୍ତ ପହଞ୍ଚି ଥିଲେ । ଏହାପରେ ବୋଡ଼େନ ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ କର୍ମୀମାନ ଓ ଜନସାଧାରଣଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଧର୍ମଗଡ଼ ବ୍ଲଡ଼ ବିଜେଡ଼ି ସଭାପତି ଟିକମନ ଯାଦବ ସଭା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଲବଣୀ ଯାଦବ, ପିଣ୍ଟୁ ଭଁଏଷାଲ, ପ୍ରକାଶ ଭଁଏଷାଲ, ସୁନୀଲ ମେହେର, ରାଜାରାମ ହାତୀ, ବିକାଶ ଅଗ୍ରୱାଲ, ବିବେକ ରଞ୍ଜନ ମିଶ୍ର, କ୍ଷିରୋଦ ବାଗ ସମେତ ଶହ ଶହ ସଂଖ୍ଯାରେ ମହିଳା, ଦଳୀୟ କର୍ମୀ ଓ ଅନେକ ପଞ୍ଚାୟତର ଜନ ପ୍ରତିନିଧିମାନେ ଯୋଗ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.