ସଦର ମାଟିରେ ପଲ୍ଲୀ ପ୍ରତିଭା ସାହିତ୍ୟ ଓ ସଂସ୍କୃତି ସଂସଦ ଗଠିତ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ସଦର ପରମହଂସ ପଞ୍ଚାୟତ ଅନ୍ତର୍ଗତ ମା କୋଚିଲେଇଙ୍କ ମନ୍ଦିର ପ୍ରାଙ୍ଗଣରେ ଅବସର ପ୍ରାପ୍ତ ଶିକ୍ଷକ, ଲେଖକ ତଥା କବି ଚୈତନ୍ୟ ରାଉତଙ୍କ ସଭାପତିତ୍ବରେ ସ୍ଥାନୀୟ ଅଞ୍ଚଳର କିଛି ଲୁକ୍କାୟିତ ସାରସ୍ଵତ ପ୍ରତିଭା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକର ଉଦ୍ଦେଶ୍ୟ ଥିଲା ଗ୍ରାମାଞ୍ଚଳର ଶିଶୁ ତଥା ଯୁବ ସାରସ୍ଵତ ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବା ଏବଂ ମାତୃଭାଷାର ପ୍ରଚାର ପ୍ରସାର ନିମନ୍ତେ ଉତ୍ସର୍ଗୀକୃତ ସେବା ପ୍ରଦାନ କରିବା । ଏହି ମହତ୍ ଲକ୍ଷ୍ୟକୁ ଦୃଷ୍ଟିରେ ରଖି “ପଲ୍ଲୀ ପ୍ରତିଭା ସାହିତ୍ୟ ଓ ସଂସ୍କୃତି ସଂସଦ” ନାମରେ ଏକ ଅନୁଷ୍ଠାନ ଗଠନ କରାଗଲା । ଏହାର କର୍ମକର୍ତ୍ତା ଭାବେ ଚୈତନ୍ୟ ରାଉତ ସଭାପତି, ବାସୁଦେବ ନାୟକ ଉପସଭାପତି, ଅର୍ଚ୍ଚନା ପ୍ରିୟଦର୍ଶିନୀ ପାତ୍ର ଉପ ସଭାପତି, ଗୀତାଞ୍ଜଳି ପୃଷ୍ଟି ସମ୍ପାଦିକା, ଡେଜି ରାଉତ, ଦୀପକ୍ ଭୋଇ ସହ ସମ୍ପାଦକ, ରୂପାଲି ଭୋଇ ପାଠାଗାର ସମ୍ପାଦିକା ଓ ସରିତା ମହାପାତ୍ର, ରଶ୍ମିତା ନାୟକ ଓ ବିଭୁଦତ୍ତ ନାୟକଙ୍କୁ କାର୍ଯ୍ୟ ନିର୍ବାହୀ ସଦସ୍ୟ ଭାବେ ଚୟନ କରାଯାଇଛି । ଏହି କର୍ମକର୍ତ୍ତା ମାନଙ୍କୁ ନେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଓ ଲୁକ୍କାୟିତ ପ୍ରତିଭା ମାନଙ୍କୁ ଖୋଜିବା ପାଇଁ ସମ୍ପାଦିକା ଗୀତାଞ୍ଜଳି ପୃଷ୍ଟି ସମସ୍ତଙ୍କୁ ନିବେଦନ କରିଥିଲେ । ଶେଷରେ ଉପସଭାପତି ବାସୁଦେବ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.