ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ନିର୍ବାଚନ

ଓଡିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀ ସର୍ବାଧିକ ଆସନରେ ବିଜୟୀ ହୋଇଛନ୍ତି । ୧୫ ଟି ନିର୍ଦ୍ଦେଶକ ଆସନରୁ ୧୩ ଟିରେ ବିଜେଡି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଥିବା ସୂଚନା ମିଳିଛି । ଆଉ ଦୁଇଟିରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ବିଜୟୀ ଲାଭ କରିଛନ୍ତି । ବିଜେଡିର ସମର୍ଥନରେ ଥିବା ପୂର୍ବତନ ବିଡିସିସି ବ୍ୟାଙ୍କ୍ ସଭାପତି ଲକ୍ଷ୍ମଣ ମେହେର ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ପୂର୍ବ ବିଡିସିସି ବ୍ୟାଙ୍କ୍ ସଭାପତି ସୁଶିଲ କୁମାର ଚାନ୍ଦ ପୁଣିଥରେ ନିର୍ବାଚିତ ହୋଇଛନ୍ତି । ଏଣେ ବିଜେପିର ଜିଲ୍ଲା ସଭାପତି ଶିବାଜି ମହାନ୍ତିଙ୍କ ସମେତ ସାଂସଦଙ୍କ ପ୍ରତିନିଧି ଅମିତ୍ ସିଂନିନା ଓ ସୋନପୁରର ବରିଷ୍ଠ ବିଜେପି ନେତା ନବକୃଷ୍ଣ ଦନ୍ତା ପରାଜିତ ହୋଇଛନ୍ତି । ସେପଟେ ୭ ନମ୍ୱର ଜୋନରେ ପୂର୍ବ ନିର୍ଦ୍ଦେଶକ ଅଶୋକ ଦୋରା ଓ ଯୋଗିନ୍ଦ୍ର ମିର୍ଦ୍ଦାଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ହୋଇ ସମାନ ସଂଖ୍ୟକ ଭୋଟ ହୋଇଥିଲା । ଶେଷରେ ଧର୍ମଗୋଲାରେ ଯୋଗୀନ୍ଦ୍ର ମିର୍ଦ୍ଧା ବିଜୟୀ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.