ଦୁର୍ନିତୀ ନିବାରଣ ପାଇଁ ସରକାରୀ ଅଧିକାରୀଙ୍କୁ ଶପଥପାଠ କରାଇଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ଆଜି ଠାରୁ ଦୁର୍ନିତୀ ନିବାରଣ ସପ୍ତାହ ପାଳନ କରାଯିବ । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନଫ୍ରେନସିଙ୍ଗ ଜରିଆରେ ଶପଥପାଠ କରାଯାଇଥିଲା । ରାୟଗଡା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଓସ୍ୱାନ ଭିଡିଓ କନଫ୍ରେନସିଙ୍ଗ୍ ହଲରେ ଜିଲ୍ଳାପାଳ ସ୍ୱଧାଦେବ ସିଂ, ଅତିରିକ୍ତ ଜିଲ୍ଳାପାଳ ଧର୍ମାନନ୍ଦ ବେହେରା, ସୋମନାଥ ପ୍ରଧାନ, ଡିଏସପି ଭିଜିଲାନ୍ସ ସୁରେନ୍ଦ୍ରନାଥ ରାୟଗୁରୁ, ଡେପୁଟି କଲ୍ଟେକର ନରାୟଣ ମିଶ୍ର, ଅନ୍ୱେଶା ଦାସ,ଜିଲ୍ଳା ସ୍ୱଳ୍ପ ସଂଚୟ ଅଧିକାରୀ ଧ୍ରୁବଚରଣ ନାୟକ, କ୍ରୀଡା ଅଧିକାରୀ ଶେଖ ଅଲିନୁର, ଡିଆଇପିଆରଓ ବସନ୍ତ କୁମାର ପ୍ରଧାନ ଓ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ବିଭିନ୍ନ ଶାଖାର ଅଧିକାରୀ, ସେକ୍ସନ ଅଧିକାରୀ ଓ କର୍ମଚାରୀମାନେ ଶପଥ ଗ୍ରହଣ କରିଥିଲେ । ପରେ ରାଷ୍ଟ୍ରିୟ ଏକତା ଦିବସ ପାଳନ ଅବସରରେ ଜିଲ୍ଳାପାଳ ସ୍ୱଧାଦେବ ସିଂ ସରକାରୀ ଅଧିକାରୀମାନଙ୍କୁ ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ କାର୍ଯ୍ୟ କରିବାକୁ ଶପଥ ପାଠ କରାଇଥିଲେ । ସୂଚନା ଯୋଗ୍ୟ ଯେ, ସ୍ୱାଧୀନ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ସ୍ୱଗର୍ତ ସର୍ଦ୍ଦାର ବଲ୍ଳଭଭାଇ ପଟେଲଙ୍କ ଜନ୍ମ ଦିବସ ଭାବେ ଏହି ଦିବସ ପାଳନ କରାଯାଇଥାଏ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.