ଓଏଲଏମ ଓ ମିଶନ ଶକ୍ତି ଆନୁକୂଲ୍ୟରେ ଦୁର୍ନୀତି ମୁକ୍ତ ସପ୍ତାହ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ରାଜ୍ୟରେ ଏବେ ବିଭିନ୍ନ ସଂଗଠନ ତରଫରୁ ଦୁର୍ନୀତି ମୁକ୍ତ ସପ୍ତାହ ପାଳନ ଅନୁଷ୍ଠିତ ହୋଇ ଜନ ସଚେତନତା ସୃଷ୍ଟି କରା ଯାଉଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ଆଜି ସୋମବାର ନର୍ଲା ବ୍ଲକର ଭାନପୁର ଗ୍ରାମ ପଞ୍ଚାୟତ ପରିସରରେ ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ ଓ ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ରଙ୍କ ଉପସ୍ଥିତିରେ ଓଡିଶା ଜୀବିକା ନିର୍ବାହ ପ୍ରକଳ୍ପ ଓ ମିଶନ ଶକ୍ତିର ମିଳିତ ଆନୁକୂଲ୍ୟରେ ଓଡିଶା ଜୀବିକା ପ୍ରକଳ୍ପର ଗ୍ରାମ ପଞ୍ଚାୟତ ନଥିପତ୍ର ପରିଚାଳିକା ସୁଶ୍ରୀ କ୍ରିଷ୍ଣା ପାତ୍ରଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


କାର୍ଯ୍ୟକ୍ରମରେ ଭାନପୁର ଗ୍ରାମ ପଂଚାୟତ ଅଧିନସ୍ଥ ମା ମାଣିକେଶ୍ୱରୀ, ମା ମଙ୍ଗଳା, ମା ଗୌରୀ, ଗଙ୍ଗା ଦେବୀ, ସମଲେଶ୍ବରୀ, ମାତେଶ୍ୱରୀ, ରମାଦେବୀ ପ୍ରଭୃତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ଥିଲେ । ଭାନପୁର ମିଶନ ଶକ୍ତିର ସଭାନେତ୍ରୀ ପ୍ରେମଲତା ସାହୁ ଓ ସମ୍ପାଦିକା କୌଶଲ୍ୟା ରଣା ଉପସ୍ଥିତ ରହି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ଉତ୍ସାହିତ କରିଥିଲେ ।

ପ୍ରଥମେ ସମବେତ ସଦସ୍ୟ ଓ ଅତିଥି ବୃନ୍ଦ ଦୁର୍ନୀତି ବିରୁଦ୍ଧରେ ନାଗରିକଙ୍କ ସାଧୁତାର ଶପଥ ନେଇଥିଲେ । ଏହାପରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଦୁର୍ନୀତି ନିବାରଣ ସମ୍ବନ୍ଧରେ ଉଲ୍ଲିଖିତ ପ୍ଲା-କାର୍ଡ଼ ସବୁ ହାତରେ ଧରି ଦୁର୍ନୀତି ବିରୁଦ୍ଧରେ ନାରବାଜୀ କରି ବାଲିପଡା ବସ୍ତି ପରିକ୍ରମା କରି ଜନ ସଚେତନତା ସୃଷ୍ଟି କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.