କଳାହାଣ୍ଡି ଜିଲ୍ଲା ବ୍ଲକ ଗ୍ରାଣ୍ଟପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘର ଗୁରୁତ୍ବପୂର୍ଣ୍ଣ ବୈଠକ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲି ଖାଁ): କଳାହାଣ୍ଡିର ପାଖାପାଖି ୧୦୦ଟି ବ୍ଲକ ଗ୍ରାଣ୍ଟପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ କର୍ମଚାରୀଙ୍କ ଏକ ଜରୁରୀକାଳୀନ ବୈଠକ ଭବାନୀପାଟଣା ସ୍ଥିତ ଶିକ୍ଷକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ସୁରେନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ଗଙ୍ଗାନାରାୟଣ ଦାଶ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ସଂଗଠନର ଆଭିମୁଖ୍ୟ ତଥା କୋର୍ଟ ମାମଲା ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହି ବୈଠକର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଜିଲ୍ଲା ସଂପାଦକ ନିରଞ୍ଜନ ମୁଦୁଲୀ। ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି ସଂଗଠନର ପୁନର୍ଗଠନ ତଥା ଶଶକ୍ତିକରଣ ସମ୍ବନ୍ଧରେ ଶିକ୍ଷକ ପ୍ରତିନିଧିମାନେ ମତ ପ୍ରକାଶ କରିଥିଲେ। କ୍ରମବେତନ ଲାଗି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ ଲାଗି ବୈଠକରେ ନିଷ୍ପତ୍ତି ହୋଇଥିଲା।

Omkar Vasthu
Omkar Vasthu

ଅବସର ପାଖେଇ ଆସୁଥିବାବେଳେ ତଥା ଅନେକ ଶିକ୍ଷକ ଓ କର୍ମଚାରୀ ଅବସର ଗ୍ରହଣ କରି ସାରି ଥିବାରୁ ଶିକ୍ଷକ ସମାଜ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତେଣୁ ଖୁବ୍ ଶୀଘ୍ର ରାଜ୍ୟ ସଂଗଠନ ଓ ଜିଲ୍ଲା ସଂଗଠନକୁ ସଶକ୍ତ କରିବାର ଆବଶ୍ୟକତା ରହିଥିବା କଥା ସମସ୍ତେ ହୃଦୟଙ୍ଗମ କରି ତୁରନ୍ତ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ସଭାପତି ଓ ସଂପାଦକଙ୍କୁ ଦାଇତ୍ୱ ଅର୍ପଣ କରାଯାଇଥିଲା। ଆଗାମୀ ୧୬ ନଭେମ୍ବର ବୁଧବାର ଦିନ ସଂଗଠନର ପୁଣି ଏକ ବୈଠକ ଡକାଯିବାଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଗାମୀ ଦିନରେ ସରକାରଙ୍କ ବୈମାତୃକ ମନୋଭାବ ବିରୁଦ୍ଧରେ ଦୁର୍ବାର ଆନ୍ଦୋଳନ କରିବାକୁ ବୈଠକରେ ଉପସ୍ଥିତ ସମସ୍ତେ ଏକ ସ୍ବରରେ ମତ ଦେଇଥିଲେ। ଶେଷରେ ସଂଘର ଉପସଭାପତି ବିଭୁତି ଭୂଷଣ ବିଶ୍ବାଲ ଧନ୍ୟବାଦ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.