ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ଧର୍ମଗଡ଼ ବ୍ଲକରେ ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଓଷ୍ଟା ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଧର୍ମଗଡ଼ ଠାରେ ଏନେଇ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଷ୍ଟାର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ନୂତନ ଭାବରେ ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ଏହି ଉତ୍ସବରେ ଧର୍ମଗଡ଼ ବ୍ଲକ ଓଷ୍ଟା ସଭାପତି ବାଞ୍ଛାନିଧି ପଣ୍ଡା, ଥୁଆମୂଳ ରାମପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ବେହେରା, ଓଷ୍ଟା ରାଜ୍ୟ ସହ ସମ୍ପାଦକ ମୃତ୍ୟୁଞ୍ଜୟ ବେହେରା, କଳାହାଣ୍ଡି ଜିଲ୍ଲା ଶିକ୍ଷା ସାଂସଦ ପ୍ରତିନିଧି ଜଗବନ୍ଧୁ ମିଶ୍ର, ଜିଲ୍ଲା ଓଷ୍ଟା ସଭାପତି ମନୋରଞ୍ଜନ ପାଣିଗ୍ରାହୀ, ଜିଲ୍ଲା ସମ୍ପାଦକ ପ୍ରଭାତ ରଥ, ଧର୍ମଗଡ଼ ବ୍ଲକ ସମ୍ପାଦକ ତେଜସ୍ବର ସାହୁ, ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ନଳିନୀ ଠାକୁର, ପର୍ଲା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ମନୋରମା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।