‘ପୁରୁଷଙ୍କ ପାଇଁ ଏନ୍.ଏସ୍.ଭି. ଏକ ସହଜ, ଫଳପ୍ରଦ ଓ ସୁରକ୍ଷିତ ଉପାୟ’

● ଜିଲ୍ଲାସ୍ତରୀୟ ପାଳନତ୍ସୋବରେ ସବୁଜ ପତାକା ଦେଖାଇ ରାଲି ଶୁଭାରମ୍ଭ କଲେ ଜିଲ୍ଲାପାଳ

● ଜିଲ୍ଲାବ୍ୟାପୀ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ପୁରୁଷଙ୍କ ପାଇଁ ଏନ.ଏସ.ଭି. ଏକ ସହଜ, ଫଳପ୍ରଦ ଓ ସୁରକ୍ଷିତ ଉପାୟ, ଏହି ବାର୍ତ୍ତା ନେଇ ଆଜି ଜିଲ୍ଲାସ୍ତରୀୟ ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳନତ୍ସୋବରେ ଏକ ସଚେତନତା ରାଲି ସୁବର୍ଣ୍ଣପୁର ସହର ପରିକ୍ରମା କରିଛି। ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ନାରାୱଣେ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଏହି ସଚେତନତା ରାଲିର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵ ରଂଜନ ପତି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧୀକ୍ଷକ ଡାକ୍ତର ପ୍ରଦୀପ କୁମାର ଗୁରୁ, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ଦୈତ୍ୟ ନାରାୟଣ ପାଢୀ, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରା, ହସପିଟାଲ ମେନେଜର ଦେବସ୍ମିତା ପ୍ରିୟଦର୍ଶିନୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଶ୍ଵିନୀ ଭୋଇ, ଡିପିଏମ ଏନ.ଏଚ.ଏମ ବିଶ୍ଵମ୍ବର ବେହେରା, ଡିଡିଏମ ପ୍ରଦୀପ ସାହୁ, ଡିପିସି ସମୀର ସାହୁ, ହସପିଟାଲ ମେନେଜର ପ୍ରମୁଖ ଉପସ୍ଥିତ ଥିଲେ। ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସମଗ୍ର କାର୍ଯ୍ୟକ୍ରମକୁ ସଯୋଜନା କରିଥିବା ବେଳେ ଆଶା ମେନେଜର ତରଣୀସେନ ପ୍ରଧାନ ଓ ସ୍ଵାସ୍ଥ୍ୟ ପରିଦର୍ଶକ ପ୍ରମୋଦ ସାହୁ କାର୍ଯ୍ୟକ୍ରମ ଆୟୋଜନରେ ବିଶେଷ ସହଯୋଗ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ୨୧ ନଭେମ୍ବରରୁ ୦୪ ଡିସେମ୍ବର ଯାଏଁ ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳନ କରାଯାଉଛି। ଦାୟିତ୍ଵବାନ ପୁରୁଷ ଭାବେ ପରିବାର ନିୟୋଜନ ପଦ୍ଧତି ଆପଣାଇବା ସକାଶେ ପୁରୁଷମାନଙ୍କୁ ପ୍ରବର୍ତ୍ତାଇବା ପାଇଁ ଏହି ପକ୍ଷରେ ସମଗ୍ର ଜିଲ୍ଲାରେ ବ୍ୟାପକ ପଦକ୍ଷେପ ନିଆଯାଇଛି। ହୋଡିଂ, ପୋଷ୍ଟର, ଲିଫଲେଟ, ବେନର, ସ୍ଵାସ୍ଥ୍ୟକାନ୍ଥରେ ବାର୍ତ୍ତା, ମାଇକ ଯୋଗେ ପ୍ରଚାର, ରାଲି ଏବଂ ଗୋଷ୍ଠୀସ୍ତରରେ ସଭା ପରି କାର୍ଯ୍ୟକ୍ରମମାନ ଆୟୋଜନ କରି ଲୋକଙ୍କ ନିକଟକୁ ସଠିକ ସୂଚନା ପହଞ୍ଚାଇ ଲୋକଙ୍କ ମଧ୍ୟରେ ପୁରୁଷ ବନ୍ଧ୍ୟାକରଣର ଗ୍ରହଣୀୟତା ବଢାଇବାର  ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ସୂଚନା ଦିଆଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.