ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ସଫଳତାର ସହ ବାର୍ଷିକ କ୍ରିଡା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପୂର୍ବତନ ସଂପାଦକ ଲୋକନାଥ ଦାସ, ପୂର୍ବତନ ସଭାପତି ଜନ୍ମେଜୟ ସାହୁ, ପୂର୍ବତନ ଉପସଭାପତି ରାଜେନ୍ଦ୍ର ବେହେରା, ସଭାପତି ଶୋଭାକର ଜାନୀ ପ୍ରମୁଖ ଯୋଗଦେଇ ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନଙ୍କୁ କ୍ରିଡାର ଉପକାରିତା, ଏହି ଉତ୍ସବର ଲକ୍ଷ୍ୟ ଓ ଉଦେଶ୍ୟ ଉପରେ ଆଲୋକ ପାତ କରିଥିଲେ। ଖେଳ ପରିଚାଳନା ପଦ୍ମନାଭ ବନଛୋର କରିଥିବାବେଳେ ଲକ୍ଷ୍ମି ପ୍ରସାଦ ସାହୁ, ଅମର ବେହେରା, ସିଦ୍ଧର୍ଥ ଜାନୀ, ଆନନ୍ଦ ମିଶ୍ର, ବାବୁଲାଲ ସାହୁ ପ୍ରମୁଖ ସହଯୋଗ କରିଥିଲେ।