ସିଙ୍ଗାରୀ ଘାଟିର ଅକୁହା କଥା: ଲାଇଫ୍ ଲାଇନ୍ ସାଜିଛି ମରଣଯନ୍ତା

ଓଡ଼ିଆ ବାର୍ତ୍ତା / ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓ କଲମପୁର ବ୍ଳକକୁ ସଂଯୋଗ କରୁଥିବା ସିଂଙ୍ଗାରୀ ଘାଟି ଏବେ ବିପଦ ସଙ୍କୁଳ ଅବସ୍ଥାରେ ପଡ଼ିରହିଛି। ଏହି ଘାଟି ରାସ୍ତାଦେଇ ଅନେକ ଲୋକ ଯିବା ଆସିବା କରୁଥିବାବେଳେ ବ୍ୟବସାୟ ବାଣିଜ୍ୟ ଓ ଜୀବନ ଜିବିକାର ଏହା ପାଲଟିଛି ଲାଇଫ୍ ଲାଇନ୍। ତେବେ ସିଙ୍ଗାରୀ ଘାଟିରେ ଇତି ମଧ୍ୟରେ ଦୁର୍ଘଟଣା ଜନିତ କାରଣ ଯୋଗୁଁ ଚାଲି ଯାଇଛି ଅନେକ ଅମୂଲ୍ୟ ଜୀବନ। ପୂର୍ତ୍ତ ବିଭାଗ ଅଧିନରେ ଥିବା ଏହି ରାସ୍ତା ନିର୍ମାଣ ପାଇଁ ସରକାରଙ୍କ ତରଫରୁ ପ୍ରର୍ଯ୍ୟାପ୍ତ ପରିମାଣରେ ଅର୍ଥ ଆସୁଥିବା ବେଳେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ମରାମତି କାମ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ସିଙ୍ଗାରୀ ଘାଟି ରାସ୍ତା ହେଉଛି ଥୁଆମୂଳ ରାମପୁର ବ୍ଳକର ଏକ ମହତ୍ତ୍ୱପୂର୍ଣ୍ଣ ରାସ୍ତା, ଏହାରି ଉପରେ ଅନେକ ଲୋକ ନିର୍ଭର କରୁଛନ୍ତି। ଏହି ରାସ୍ତା କଲମପୁର, ଜୟପାଟଣା, ଭବାନୀପାଟଣା, ଧର୍ମଗଡ, ନବରଙ୍ଗପୁର, ରାୟଗଡା ଭଳି ଅନେକ ସ୍ଥାନ ସହ ଯୋଗଯୋଗର ସୁଗମ ପଥ ଭାବରେ ପରିଚିତ। ତେବେ ରାସ୍ତା ମରାମତି କାର୍ଯ୍ୟ ନିମ୍ନମାନର ହୋଇଥିବା ଯୋଗୁଁ ଅଳ୍ପ ଦିନ ମଧ୍ୟରେ ପିଚୁ ଉଠିଯାଇଛି। ତେଣୁ ବିଭାଗୀୟ କତୃପକ୍ଷ ଏନେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.