ସିପିଆଇ କଟକ ଜିଲ୍ଲା ପରିଷଦ ବୈଠକ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ଭାରତୀୟ କମ୍ଯୁନିଷ୍ଟ ପାର୍ଟି (ସିପିଆଇ) ଜିଲ୍ଲା ପରିଷଦ ବୈଠକ ନବଯୁଗ ପ୍ରେସ ପାଲିତପଡା ଠାରେ ଉଦୟ କେଶରୀ ବର୍ମାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଦିବଂଗତ ବିଶିଷ୍ଟ ବ୍ୟକ୍ତି ମାନଙ୍କ ପାଇଁ ଏକ ମିନିଟ ନୀରବ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଜିଲ୍ଲା ସଂପାଦକ ବିନୋଦ କୁମାର ବେହେରା କାମଦାମର ବିବରଣୀ ପ୍ରଦାନ କରିଥିଲେ । ରାଜ୍ୟ ସଂପାଦକ ମଣ୍ଡଳି ସଭ୍ୟ ଡ. ପ୍ରଶାନ୍ତ ମିଶ୍ର ଯୋଗଦେଇ ବିଜୱାଡା ପାର୍ଟି କଂଗ୍ରେସରେ ନିଆଯାଇଥିବା ବିଭିନ୍ନ ନିଷ୍ପତି ଉପରେ ଆଲୋଚନା କରିଥିଲେ। ସଭ୍ୟପଦ ନବୀକରଣ, ଗଣସଂଗଠନ ବିଭାଗର ଦାୟିତ୍ୱ ବଣ୍ଟନ, ଆମ ଦେଶର ସାମ୍ବିଧାନର ମୌଳିକ ଲକ୍ଷ ଉପରେ ଆକ୍ରମଣ ପ୍ରତିବାଦରେ ସାଧାରଣତନ୍ତ୍ର ଦିବସରେ ସମ୍ବିଧାନର ସୁରକ୍ଷା, ଜାନୁଆରୀ ୩୦କୁ ଗାନ୍ଧୀ ହତ୍ୟା ଦିବସକୁ ଧର୍ମ ନିରପେକ୍ଷତା ଦିବସ ପାଳନ ସହିତ, ଜନଗଣକଂ ମୌଳିକ ଜ୍ଵଳନ୍ତ ସମସ୍ୟା ଦାବିରେ ଫେବୃଆରୀ ୨୮ ତାରିଖରେ ଜିଲ୍ଲା ହେଡକ୍ବାଟରରେ ସମାବେଶ ବିକ୍ଷୋଭ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ବୈଠକରେ ଯୋଗଦାନ କରି ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଅମରେନ୍ଦୁ ମହାନ୍ତି, ମହିଳା ନେତ୍ରୀ କୃଷ୍ଣପ୍ରିୟା ମହାପାତ୍ର, ତ୍ରୈଲୋକ୍ୟ ନାଥ, ରଞ୍ଜନ କୁମାର ଓଝା, ଦୀନେଶ ରଞ୍ଜନ ରାଉତ, ଅଶୋକ ତା, ବିପିନ ପାଢୀ, ପୂର୍ଣ୍ଣିମା ମହାନ୍ତି, ଝିଲ୍ଲି ବିଶୋଇ, ଗୋବିନ୍ଦଚନ୍ଦ୍ର ନାୟକ, ଦୀପକ ନାୟକ, ଇନ୍ଦ୍ରଜିତ ଘୋଷ, ରାମଚନ୍ଦ୍ର ବେହେରା, ସାନନ୍ଦ ସେଠୀ, ଭାଗବତ ମହାରଣା, ହରିହର ମହାନ୍ତି, ମୃତ୍ୟୁଞ୍ଜୟ ମହାନ୍ତି, ବଳରାମ ସେଠୀ, କଣ୍ଡରି ପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମାହାଙ୍ଗା, ନିଶ୍ଚିନ୍ତକୋଇଲି ଜଗତପୁର, ବଡମ୍ବା, ଆଠଗଡ, ନିଆଳି, କଟକ ନଗର ଓ କଟକସଦର ବ୍ଲକରୁ ସିପିଆଇ ନେତୃତ୍ଵ ଯୋଗ ଦେଇଥିଲେ । ନଗର ସଂପାଦକ ବିଦ୍ୟାପ୍ରସନ୍ନ ମହାପାତ୍ର ଧନ୍ୟବାଦ ଦେଇଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.