‘ପ୍ରେମ କର : ସୁସ୍ଥ ରହ’

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ଲୋକ ମହୋତ୍ସବ ପରିସରରେ ପ୍ରେମର ପସରା । ‘ପ୍ରେମ କର : ସୁସ୍ଥ ରହ’ ବାର୍ତ୍ତାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଷ୍ଟଲ ଆଗରେ ନାଟ୍ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ନିଆରା ପ୍ରେମ କବିତା ଆସର । କବି ପ୍ରଦ୍ୟୁମ୍ନ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କବି ଆସରରେ କବି ଡ. ପୁରୁଷୋତ୍ତମ ମିଶ୍ର, ଡ. ସୌରଭ ରଂଜନ ଖମାରୀ, ଡ. ଦେବାଶିଷ ପାଣ୍ଡିଆ, ଶ୍ୟାମାଓଁ ପ୍ରସାଦ ମିଶ୍ର, ବିଘ୍ନରାଜ ପଣ୍ଡା, ଅମ୍ବୁଜ ବିହାରୀ ଶତପଥୀ, ସମୀର ସାହୁ, ବେଣୁଧର ପ୍ରଧାନ ଓ ଗୀତାଞ୍ଜଳି ମେହେର ପ୍ରମୁଖ ପ୍ରେମର କାବ୍ୟ ପାଖୁଡା ପରଶି ଥିଲେ । ଏହି ଅନନ୍ୟ କବିତା ମଂଚରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡା.ରମେଶ ଚନ୍ଦ୍ର ସ୍ବାଇଁ ଯୋଗଦେଇ ଉତ୍ତମ ସ୍ବାସ୍ଥ୍ୟ ଓ ପ୍ରେମାନୁଭବର ବୈଜ୍ଞାନିକ ଦିଗ ଉପରେ ଆଲୋକପାତ କରିଥିଲେ । ପ୍ରଥମ ଥର ପାଇଁ ଏଭଳି ଆସରକୁ ପ୍ରଦର୍ଶନୀକୁ ଆସିଥିବା ଲୋକେ ବେଶ ଉପଭୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.