ମନ୍ଦିରରେ ଉତ୍ସବ ଚାଲିଥିବାବେଳେ ଖସି ପଡିଲା କ୍ରେନ: ୪ ମୃତ

ଓଡ଼ିଆ ବାର୍ତ୍ତା/ ଚେନ୍ନାଇ: ତାମିଲନାଡୁର ଅରାକୋଣମରେ ଏକ ବଡ ଦୁର୍ଘଟଣା ଘଟିଯାଇଛି । କ୍ରେନର ଏକ ଅଂଶ ଛିଣ୍ଡି ପଡିବା କାରଣରୁ ୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣା ଘଟିବା ସମୟରେ ମନ୍ଦିରରେ ଏକ ସମାରୋହ ଚାଲିଥିଲା ଏବଂ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ରାତି ପ୍ରାୟ ସାଢ ୮ଟାବେଳେ ଏହି କ୍ରେନ ସହାୟତାରେ ଦେବଦେବୀଙ୍କ ମୂର୍ତ୍ତି ସ୍ଥାନାନ୍ତର ହେଉଥିବାବେଳେ  କ୍ରେନଟି ଛିଣ୍ଡି ପଡିଥିଲା । ପରମ୍ପରା ଅନୁଯାୟୀ ଏଠାରେ ପୋଙ୍ଗଲ ପରେ ଏଠାରେ ଦ୍ରୌପଦୀ ଅମ୍ମନ ଉତ୍ସବ ପାଳନ କରାଯାଇଥାଏ । ଦୁର୍ଘଟଣା ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ କ୍ରେନ ମାଟି ଉପରେ ଖସି ପଡୁଥିବାର ଦେଖିବାକୁ ମିଳିଛି । ଆଉ ଏଥିରେ ଲୋକ ଝୁଲି ରହିଥିବା ଦେଖିବାକୁ ମିଳିଛି । ଦୁର୍ଘଟଣା ପରେ ମନ୍ଦିରରେ ସମବେତ ହୋଇଥିବା ଲୋକେ ଦୌଡା ଦୌଡି ଆରମ୍ଭ କରି ଦେଇଥିଲେ । ପୋଲିସ ଏ ନେଇ ଏକ ମାମଲା ରୁଜୁ କରିଛି । ରାନୀପେଟ ପୋଲିସ ଅଧିକ୍ଷକଙ୍କ କହବା ଅନୁଯାୟୀ କ୍ରେନର ଗୋଟିଏ ଭାଗ ଉଚ୍ଚ ଜାଗାରେ ଥିବାବେଳେ ଅନ୍ୟ ଭାଗଟି ନିଚ୍ଚା ଜାଗାରେ ରହିଛି । ଏହି ଅସନ୍ତୁଳନ ସ୍ଥତି ଯୋଗୁ କ୍ରେନଟି ଖସି ପଡିଥିବା ଅନୁମାନ କରାଯାଉଛି । ତେବେ ପୋଲିସ ଘଟଣାର ଯାଞ୍ଚ କରୁଛି । କ୍ରେନ ଚାଳକଙ୍କୁ ପୋଲିସ ଗିରଫ କରିଛି । ରାନୀପଟ ଜିଲ୍ଲାପାଳଙ୍କ କହିବା ଅନୁଯାୟୀ, ମନ୍ଦିର ଉତ୍ସବରେ କ୍ରେନର କୌଣସି କାମ ଥିବା ନେଇ ପୂର୍ବରୁ ସୂଚନା ନ ଥିଲା । ଏହି ମନ୍ଦିର ଏକ ଘରୋଇ ମନ୍ଦିର ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.