‘ଲକ୍ଷ୍ୟଯୁକ୍ତ ଶିକ୍ଷାହିଁ ସଫଳତାର ଚାବିକାଠି’

ତେରେସିଂହା ଉଚ୍ଚ ବିଦ୍ୟାଳୟର ୪୨ତମ ବାର୍ଷିକୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଠିନ ଅଧ୍ୟବସାୟ, ଏକାଗ୍ରତା ଓ ଲକ୍ଷ୍ୟଯୁକ୍ତ ଶିକ୍ଷା ଆହରଣ କଲେ ଜଣେ ଶିକ୍ଷାର୍ଥି ନିଶ୍ଚିତ ଭାବେ ସଫଳ ହୋଇପାରିବ। ତେଣୁ ସମସ୍ତେ ଛାତ୍ରଛାତ୍ରୀମାନେ ଭଲମଣିଷ ହେବାପାଇଁ ପାଠପଢିବା ଉଚିତ ବୋଲି ଐତିହାସିକ ଗାଁ ତେରେସିଂହା ଉଚ୍ଚ ବିଦ୍ୟାଳୟର ୪୨ତମ ବାର୍ଷିକୋତ୍ସବରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କର୍ଲାମୁଣ୍ଡା ବ୍ଲକ ତେରେସିଂହା ସ୍ଥିତ ଉଚ୍ଚ ବିଦ୍ୟାଳୟ ପରିସରରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗରୁଡଧ୍ୱଜ ଗହୀର ଅଧ୍ୟକ୍ଷତା କରିଥିଲେ।  ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ମୁଖ୍ୟ ବକ୍ତା ଭାବେ ଶିକ୍ଷକ ସୁବିନ୍ଦ୍ର ରଣା, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା କୁନି ସାହୁ, ଜିଲ୍ଲା ପରିଷସ ସଭ୍ୟ ମହେନ୍ଦ୍ର ରଣା, ସରପଞ୍ଚ ପ୍ରମୋଦ ସୁନା, ସମିତିସଭ୍ୟା ଚନ୍ଦ୍ରମା ରଣା, ବିଦ୍ୟାଳୟର ପ୍ରତିଷ୍ଠାତା ସଭ୍ୟ ମାଧବ ରଣା ପ୍ରମୁଖ ମଞ୍ଚାସୀନ ଥିଲେ।

ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ସହକାରୀ ଶିକ୍ଷକ ନୀଳମଣି ଗହୀର ସଭା ସଂଯୋଜନା କରିଥିଲେ। ବିଭିନ୍ନ ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ରାଜେଶ ମାଝୀ, ପଙ୍କଜ ବାରିକ, ପ୍ରୀତମ ହବୋ, ପର୍ଶୁରାମ ଓଝା, ସୁଧିର ରଞ୍ଜନ ସୁନା, ପ୍ରଶାନ୍ତ କୁମାର ସାହୁ, ଲକ୍ଷ୍ମଣ ଭୁଏ, ରତନ ଭୋଇ, ଆଶିଷ ମଲ୍ଲିକ, କ୍ଷୀରସାଗର ରଣା, ରୋହିତ ରଣା, ନୀଳମଣି ଗହୀର, ସୂର୍ଯ୍ୟମଣି ରଣା, ପୂର୍ଣ୍ଣଚନ୍ଦ୍ର ରଣା, ପୁଷ୍ପଲତା ନାଏକ, ଯଜ୍ଞେଶ୍ଵର ରଣା, ସଞ୍ଜୟ ନାଏକ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.