ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ଭଟ୍ଟଗ୍ରାମ ପ୍ରାଥମିକ ବିଦ୍ଯାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି। ବିଦ୍ଯାଳୟ ପ୍ରଧାନ ଶିକ୍ଷକ ସୂର୍ଯ୍ୟ ନାରୟଣ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋବିନ୍ଦପୁର ସମିତିସଭ୍ୟ ଦେବପ୍ରସାଦ ନାୟକ ଯୋଗଦେଇ ଏହି କ୍ରୀଡାରେ ସିନିୟର ଗ୍ରୁପର ଚମ୍ପିୟାନ ହୋଇଥିବା ରୁଦ୍ର ନାରୟଣ ରାଉତ ଓ ଜୁନିୟର ଗ୍ରୁପରେ ଚମ୍ପିୟାନ ହୋଇଥିବା ପିୟୁଷ ଓଝାଙ୍କୁ ଟ୍ରଫି ଦେଇ ପୁରସ୍କୃତ କରିବା ସହିତ ସ୍କୁଲରେ ଏପରି କ୍ରୀଡା ଉତ୍ସବ ଆୟୋଜନ କରିଥିବାରୁ ସ୍କୁଲ ପରିଚାଳନା କମିଟିର ସଦସ୍ଯ, ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ ଗ୍ରାମବାସୀ ମାନଙ୍କୁ ସାଧୁବାଦ ଜଣାଇଥିଲେ। କୁନି କୁନି ପିଲାମାନଙ୍କୁ ନେଇ ଅପରାହ୍ନରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆୟୋଜନ କରାଯାଇଥିଲେ। ପ୍ରହ୍ଲାଦ ଖୁଣ୍ଟିଆ, ସ୍କୁଲ ପରିଚାଳନା କମିଟିର ସଭାପତି ସୁମନ୍ତ ରାଉତ, ନାୟବ ସରପଞ୍ଚ ରଶ୍ମୀ ରଞ୍ଜନ ଦାସ, ଅଭିଷେକ ଖୁଣ୍ଟିଆ, ଶିକ୍ଷକ ପ୍ରତାପ ଚନ୍ଦ୍ର ନାୟକ, ଶୁଭଶ୍ମୀତା ମଲ୍ଲିକ, ଶିବାଙ୍ଗୀ ସ୍ୱେତଲୀନା ବର୍ଦ୍ଧିନ ପ୍ରମୁଖ ଉପସ୍ଥିତ ରହିଥିଲେ।