ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଶ୍ବନାଥପୁରଠାରେ ଲାଞ୍ଜିଗଡ଼ ବିଜେଡି ପକ୍ଷରୁ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ବିଜେଡି ବ୍ଲକ ଉପସଭାପତି ସୌରଭ କୁମାର ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ ଘଡ଼େଇ, ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ଶିବାଜୀ ମାଝୀ, ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ସଂଜୀବ କୁମାର ନାଏକ, ପୂର୍ବତନ ଉପାଧ୍ୟକ୍ଷ ଶ୍ରୀଧର ପେସନିଆ, ଜଗଦୀଶ ବେନିଆ, ବିଜେଡି ଯୁବ ସଭାପତି ଡିଲେଶ କୁମାର ନାଗ, ଜିଲ୍ଲା ପରିଷଦ ସଭ୍ୟ ପରିକ୍ଷିତ ନାଏକ, ବିଶ୍ଵନାଥପୁର ସରପଞ୍ଚ ସୁରଥ ମାଝୀ, ସମିତି ସଭ୍ୟ ଅଜିତ ପ୍ରଧାନୀ, ଜୋନ୧ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ବିଜେଡି ମିଡ଼ିଆ ସେଲ ସଭାପତି ସନ୍ତୋଷ କୁମାର ତୁଳ, ପୂର୍ବତନ ସରପଞ୍ଚ ଚନ୍ଦ୍ର ଧ୍ଵଜ ପେସନିଆ, ବିଜୁ ଯୁବ ଜନତା ଦଳ ଉପସଭାପତି ମୁକେଶ ବେହେରା, ଯୁବନେତା ହିମାଦ୍ରୀ ପେସନିଆ, କୃଷ୍ଣ ଚନ୍ଦ୍ର ଘଡେ଼ଇ, ମନୋରଞ୍ଜନ ବିଶି,ବନ ଦଳେଇ, ସତ୍ୟ ନାଏକ, ସୁବାସ ଅଗ୍ରୱାଲ,ପାତ୍ର ମାଝୀ, ମହେନ୍ଦ୍ର କରୁଆଁଙ୍କ ସମେତ ଅଞ୍ଚଳର ବହୁ କର୍ମୀ ଉପସ୍ଥିତ ରହି ସ୍ବର୍ଗତ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।