ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟ ଓ ରାୟଗଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ବାଷିର୍କ କ୍ରୀଡା ମହୋତ୍ସବ(ଆଥେଲେଟିକ୍ ମିଟ୍)୨୦୨୨-୨୩ର ଆୟୋଜନ ଆରମ୍ଭ ହୋଇଅଛି । ଏହି ବାଷିର୍କ ଆଥେଲେଟିକ୍ ଆଜି ଫେବୃଆରୀ ୧ ଓ ଆସନ୍ତାକାଲି ୨ତାରିଖ ପର୍ଯ୍ୟନ୍ତ ୨ଦିନ ଧରି ଅନୁଷ୍ଠିତ ହେବ । ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡା.କୁମୁଦଚନ୍ଦ୍ର ମିଶ୍ର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ସମାରୋହର ଶୁଭ ଉଦଘାଟନ କରିଥିଲେ । ଏହି ସମାରୋହର ପ୍ରାରମ୍ଭ ମା ମଝିଘରିଆଣୀ ମନ୍ଦିର ପ୍ରାଙ୍ଗଣରୁ ଅଲିମ୍ପିକ୍ ମଶାଲ ସହିତ ଏକ ଶୋଭାଯାତ୍ରା ସକାଳ ୮ଘଂଟା ସମୟରୁ ବାହାରି ରାୟଗଡା ମହାବିଦ୍ୟାଳୟ ଖେଳପଡିଆରେ ପଂହଚିଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡା.ପ୍ରସନ୍ନ କୁମାର ଗନ୍ତାୟତ ମନ୍ଦିରରୁ ଅଲିମ୍ପିକ୍ ମଶାଲ ମହାବିଦ୍ୟାଳୟକୁ ଆଣି ସାରିବା ପରେ ମୁଖ୍ୟ ଅତିଥିଙ୍କୁ ପ୍ରଦାନ କରିଥିଲେ । ପରିଶେଷରେ ମଶାଲକୁ ମହାବିଦ୍ୟାଳୟରେ ସ୍ଥାପନା କରାଯାଇଥିଲା ।
ଆଥେଲେଟିକ୍ ଆସୋସିଏସନର ଉପସଭାପତି କେ.ଶଶି ତଥା ଅନ୍ୟ ସହଯୋଗୀବୃନ୍ଦ ଗିରିଶ ପଟ୍ଟନାୟକ, ମନୋଜ ପଟ୍ଟନାୟକ, ଅଶୋକ ସାହୁ, ନିତି ମିଣିଆକା, ସୁଶ୍ରୀ ଦମୟନ୍ତୀ ବାଗ୍, ସୁଶ୍ରୀ ସ୍ନେହାଂଚିଳି ପାଣ୍ଡେ, ମନ୍ମଥ ରାଓ ଟୋଇକା, ଶ୍ରୀମତି ସୁବାଷିନୀ ପଣ୍ଡା, କ୍ରୀଡା ଶିକ୍ଷକ ଆଶିଷ କୁମାର ପୂଜାରୀ ଓ ଅନ୍ୟ ବରିଷ୍ଠ ପ୍ରାଧ୍ୟାପକ ଶ୍ରୀମତି ବବିଲତା ସରାଫ, ଅରୁଣ ଖାଡଙ୍ଗା ସମସ୍ତ ପଦକ୍ଷେପ ନେଇ କ୍ରୀଡା ପ୍ରତିଯୋଗୀତାକୁ ସୂଚାରୁ ରୂପେ ସଂପାଦନା କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ, ଅଧ୍ୟକ୍ଷ ଗଣ, କର୍ମଚାରୀ ବୃନ୍ଦ, ଛାତ୍ରଛାତ୍ରୀ ତଥା ମାନ୍ୟଗଣ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ ।