ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବୀନ୍ଦ୍ର ମିଶ୍ର): ଆଜି ସକାଳୁ କଲମପୁର ଥାନା ଅନ୍ତର୍ଗତ ରଣମାଲ ରେଙ୍ଗାଲପାଲି ଗ୍ରାମ ଠାରେ ଘଟିଛି ଏକ ଅଘଟଣ। ଘର ବାହାରେ ନିଜ ସାଙ୍ଗ ମାନଙ୍କ ସହିତ ଖେଳୁଥିବା ବେଳେ ଜଣେ ଶିଶୁ ଏକ ବିଷଧର ନାଗସାପର କାମୁଡାର ଶିକାର ହେବା ଭଳି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି। ସୂଚନା ଅନୁସାରେ ରେଙ୍ଗାଲପାଲି ଗ୍ରାମ ର ତେଜରାଜ ହାତୀ ନାମକ ୮ ବର୍ଷୀୟ ଶିଶୁ ନିଜ ସାଙ୍ଗ ସାଥି ମାନଙ୍କ ସହିତ ଘର ବାହାରେ ଖେଳୁଥିଲା। ହଠାତ୍ ଏକ ନାଗ ସାପ ତେଜରାଜର ହାତ ଆଙ୍ଗୁଠି ରେ କାମୁଡି ଦେଇଥିଲା। ପରିବାର ଲୋକ ଘଟଣା ସମ୍ବନ୍ଧରେ ଜାଣିବା ପରେ ଗୁରୁତର ଶିଶୁକୁ ଉଦ୍ଧାର କରି ତୁରନ୍ତ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରିଥିଲେ। କିନ୍ତୁ ଶିଶୁଟିର ଅବସ୍ଥା ଗୁରୁତର ଥିବା ଯୋଗୁଁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଥିଲା। ଏକ ଆମ୍ବୁଲାନ୍ସ ସହାୟତାରେ ଶିଶୁଟିକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।