ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ଵର ପକ୍ଷରୁ ମାସିକ କବିତା ଆସର ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଯାଇଛି। ବଡ଼ଭାଇ ବିଶ୍ବେଶ୍ବର ମାଝୀ ସମସ୍ତଙ୍କୁ ଶୁଭେଚ୍ଛା ଓ ସୁସ୍ବାଗତ ଜଣାଇବା ସହ ପ୍ରଣତି ମହାପାତ୍ର ଅତିଥି ପରିଚୟ କରିଥିଲେ। ପ୍ରାରମ୍ଭରେ ସଭାପତି ଅତି ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଥିଲେ।ଅନେକ ପ୍ରସଙ୍ଗ ଭିତ୍ତିକ କଥା ଉପରେ ପ୍ରାଞ୍ଜଳ ଭାବରେ ଅନେକ ତତ୍ତ୍ବପୂର୍ଣ୍ଣ ଓ ତଥ୍ୟଭିତ୍ତିକ ପ୍ରସଙ୍ଗ ଉତ୍ଥାପନ କରିଥିଲେ ମୁଖ୍ୟ ଅତିଥି ତଥା ପଲ୍ଲୀକବି ନନ୍ଦକିଶୋର ବଳଙ୍କର ସୁଯୋଗ୍ୟ ଦାୟାଦ ଇଂ ସୁଶାନ୍ତ କିଶୋର ବଳ। ଇଂ ସୁଶାନ୍ତ କିଶୋର ବଳ ଏକାଧାରରେ ଇଂରାଜୀ ଓ ଓଡ଼ିଆ ଲେଖକ। ବକ୍ତବ୍ୟ ସମୟରେ ସେ ଭାବବିହ୍ବଳ ହୋଇ ଅନେକ ଅନୁଭୂତି ବାଣ୍ଟିବା ସହ ପଲ୍ଲୀକବିଙ୍କର ଅନେକ କବିତା ପାଠ କରିଥିଲେ। ସେଥିସହ ନିଜର ଓଡ଼ିଆ ଇଂରାଜୀ କବିତା ପାଠକରି ସମସ୍ତ ଶ୍ରୋତୃମଣ୍ଡଳୀଙ୍କୁ ମୁଗ୍ଧ କରିଥିଲେ। ପରେ ପରେ ମଞ୍ଚ ଉପସ୍ଥାପକ ରଞ୍ଜନ କୁମାର ମହାନ୍ତିଙ୍କ ପରିଚାଳନାରେ ୩୦ରୁ କବିତା ପାଠ ହୋଇଥିଲା। ଓଡ଼ିଶାର ଧୂରୀଣ ସ୍ରଷ୍ଟା ମାନଙ୍କ ସହ ତେଲେଙ୍ଗାନା, ମୁମ୍ବାଇ, ଝାଡ଼ଖଣ୍ଡ, କୋରାପୁଟ ଇତ୍ୟାଦି ସ୍ଥାନରୁ କବି ଲେଖକମାନେ ଉପସ୍ଥିତ ରହି କବିତା ପାଠ କରିଥିଲେ। ବଡ଼ଭାଇ ବିଶ୍ବେଶ୍ବର ମାଝୀ ଉକ୍ତ ଆସରରେ ଜଣକୁ ଶ୍ରେଷ୍ଠ ଶ୍ରୋତା ଭାବରେ ସମ୍ମାନୀତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ, ବିନୋଦିନୀ ଦାଶ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ। ଶ୍ରେଷ୍ଠ ଶ୍ରୋତା ଭାବର ଶମ୍ଭୁନାଥ ସେଠୀଙ୍କୁ ସ୍ବାଗତ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେବା ପରେ ରତିନାରାୟଣ ରାଉତ ଜନକଲ୍ୟାଣ ମନ୍ତ୍ର ପାଠ କରିଥିଲେ।