ବଡ଼ମାଳ ଗୋଳାବାରୁଦ କାରଖାନାରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ

• ବିସ୍ଥାବିତ ଲୋକ ଓ ଶ୍ରମିକମାନଙ୍କ ହକ ପାଇଁ ସାଲିସ ବିହୀନ ଲଢେଇ ଜାରୀ ରହିବ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଗୋଳାବାରୁଦ କାରଖାନା ମୋଲଟିପ୍ରପୋଜ ହଲ ଠାରେ ଗୋଳାବାରୁଦ କାରଖାନା କର୍ମଚାରୀ ସଂଘ ଓ ଜିଲ୍ଲା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ କମିଟି ମିଳିତ ଉଦ୍ୟମରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ଜିଲ୍ଲା (ଆଇଏନଟିୟୁସି ) ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ କମିଟି (ଆଇଏନଟିୟୁସି )ରାଜ୍ୟ ସଭାପତି ଡ଼ ରାମଚନ୍ଦ୍ର ଖୁଣ୍ଟିଆ ଯୋଗ ଦେଇ ଦୀପ ପ୍ରଜ୍ଜଳନ କରି ସଭାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ରାଜ୍ୟ ସାଧାରଣ ସମ୍ପାଦକ କିଶୋର ଜେନା, ରାଜ୍ୟ ଉପସଭାପତି ମଦନ ମୋହନ ଧଳ, କୋଷାଧକ୍ଷ ଧରଣୀ ସ୍ୱାଇଁ, ରାଜ୍ୟ ମହିଳା ସଭାନେତ୍ରୀ ପ୍ରଣତି ମିଶ୍ର, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୋଦ ଭୋଇ, ଜିଲ୍ଲା ଚାଷୀ ମୁଲିଆ ସଂଗଠନ ସଭାପତି ପ୍ରେମାନନ୍ଦ ଭୋଇ, ବୌଦ୍ଧ ସଭାପତି ସରୋଜ ପଧାନ, ଝାରସୁଗୁଡ଼ା ସଭାପତି ମହେନ୍ଦ୍ର ମିଶ୍ର, ନାଲକୋର ନିର୍ମଳ ସାମଲ ଓ ପି. କେ. ଦାସ ଓ ବ୍ଲକ ସଭାପତି ମୁକୁନ୍ଦ ନାଗ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ସଭାରେ ରାଜ୍ୟ ସଭାପତି ଶ୍ରୀ ଖୁଣ୍ଟିଆ କହିଲେ ଯେ, ବଲାଙ୍ଗୀର ଜିଲ୍ଲା ଏକ ଦାଦନ ପ୍ରବଣ ଅଞ୍ଚଳ ଏହି ଜିଲ୍ଲା ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି। ୧୯୮୪ ମସିହାରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀ ଆଦିବାସୀ, ଦଳିତ, ପଛୁଆ ବର୍ଗ ଅଧ୍ୟୁଷିତ ଏହି ଅଞ୍ଚଳରେ ଗୋଲାବାରୁଦ କାରଖାନା ପ୍ରତିଷ୍ଠା କରି ଏ ଅଞ୍ଚଳର ଅର୍ଥନୈତିକ, ସାମାଜିକ ବିକାଶ ଦିଗରେ ପଦକ୍ଷେପ ନେଇଥିଲେ। କିନ୍ତ ଆଜି ବି ଅନେକ ବିସ୍ଥାପିତ ଲୋକମାନଙ୍କର ସ୍ୱପ୍ନ ପୂରଣ ହୋଇପାରିଲା ନାହଁ। ଆଜି ଗୋଳାବାରୁଦ କାରଖାନା ନିଗମ ହାତକୁ ଯାଇଛି। ତେଣୁ କାରଖାନା କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେରଛି। ଏଭଳି କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତିକୁ ମୁଁ ଦୃଢ ଭାବରେ ନିନ୍ଦା କରୁଛି। ତେଣୁ ଆଗାମୀ ଦିନରେ ଜମି ହରାଇ ଥିବା ବିସ୍ଥାବିତ ଓ ଶ୍ରମିକ ହକ ପାଇଁ ଆନ୍ଦୋଳନ ଜାରୀ ରହିବ ବୋଲି ରାଜ୍ୟ ସଭାପତି ଶ୍ରୀ ଖୁଣ୍ଟିଆ ପ୍ରକାଶ କରିଥିଲେ। ଉକ୍ତ ସଭାରେ ବଡ଼ମାଳ କର୍ମଚାରୀ ୟୁନିୟନ ସଭାପତି କେଦାର ଚନ୍ଦ୍ର ବାରିକ ସ୍ୱାଗତ ଭାଷଣ ଓ ପରିଚୟ ପ୍ରଦାନ କରିଥିବାବେଳେ ସାଧାରଣ ସମ୍ପାଦକ ସଂଜୀବ ବଗର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ବଡ଼ମାଳ ଗୋଳାବାରୁଦ କାରଖାନା ଉପ ସଭାପତି ପ୍ରଶାନ୍ତ ବେହେରା, ଯୁଗ୍ମ ସମ୍ପାଦକ ସୁଶାନ୍ତ ତ୍ରିପାଠୀ, ମଧୁସୁଧନ ଗଡ଼ବା , ଗୌରବ ଭୋଇ, ଲଷ୍ମଣ ରାଉତ, ରାଜେଶ ନାୟକ, ସରୋଜ ବେହୁରୀ, ମନରଞ୍ଜନ ନାୟକ, କଳାକାର ବଗର୍ତ୍ତି, ଲଳିତ ମାଝୀ, ସିଡ଼ି ଭୋଇ, ଧରବଗଡ଼ ସରପଞ୍ଚଙ୍କ ପ୍ରତିନିଧି ସତ୍ୟ ନାରାୟଣ ପଣ୍ଡା, ଘୁନସର ସରପଞ୍ଚଙ୍କ ପ୍ରତିନିଧି ଚମ୍ପୁ ସେଠ, ଭଦ୍ରା ସରପଞ୍ଚ ରାଜେନ୍ଦ୍ର ଯାନୀ, କେରମେଳି ସରପଞ୍ଚ ଅଶୋକ ସାହୁ ତଥା ବିପିଏମଏସ, ସେବାସ୍ତମ୍ବ ଓ ମଜଦୁର ୟୁନିୟନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.