ଜୁହାର ପରିବାର ତରଫରୁ ଗରିବ ରୋଗୀ ମାନଙ୍କୁ ଆର୍ଥିକ ସହାୟତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ବଲବସପୁର ଗ୍ରାମର ଯୋଗେଶ୍ୱର ସାହୁ (୫୦) କର୍କଟ ରୋଗରେ ପୀଡିତ ହୋଇ ଦୀର୍ଘ ଦିନ ହେଲା ଭୁବନେଶ୍ୱର ସ୍ଥିତ ସମ୍ ଅଲଟିମେଟ ହସ୍ପିଟାଲରେ ଚିକିତ୍ସିତ ହଉଛନ୍ତି। ଆର୍ଥିକ ସ୍ଥିତି ଦୁର୍ବଳ ଯୋଗୁଁ ହସ୍ପିଟାଲରେ ତାଙ୍କର ଅନେକ ଅସୁବିଧା ହେଉଥିଲା। ଏହି ଖବର ସରିଆଁ ଗ୍ରାମର ଯୁବ ସ୍ବେଚ୍ଛାସେବୀ ମିଲନ କୁମାର ଭୋଇ ଜୁହାର ପାରିବାର ୟୁକେ ଟିମକୁ ଜଣେଇଥିଲେ। ଏହା ପରେ ଫେବୃଆରୀ ୮ରେ ୧୦୦୦୦ ଟଙ୍କା ରହିବା, ଖାଇବା ପାଇଁ ଏବଂ ମାର୍ଚ୍ଚ ୧୪ରେ ବ୍ରେନ ଏମଆର ଆଇପାଇଁ ୮୦୦୦ ଟଙ୍କା ର ଆର୍ଥିକ ସହାୟତା କରିଛନ୍ତି ଜୁହାର ପରିବାର ୟୁକେ ଟିମ୍। ପୂର୍ବରୁ ମଧ୍ୟ ଜୁହାର ପରିବାର ୟୁକେ ଟିମ ସରିଆଁର କିଡନୀ ରୋଗୀ ଗୋବିନ୍ଦ ଗୌଡ଼ (୧୨)ଙ୍କୁ ୧୦୦୦୦, ବ୍ରେନ ହେମରେଜ ରୋଗୀ ଅଚିନ ମାଝୀଙ୍କୁ ୫୦୦୦ ଟଙ୍କା, ଯମୁନାବହାଲର ରକ୍ତ କର୍କଟ ରୋଗୀ ହୋଲିକା ଭୋଇଙ୍କୁ ୬୦୦୦ ଟଙ୍କା, ଲାଞ୍ଜିଗଡ଼ର ରକ୍ତ କର୍କଟ ରୋଗୀ ପ୍ରଜ୍ଞାନସି ବାଗଙ୍କୁ ୫୦୦୦ ଟଙ୍କା, ଭୁବନେଶ୍ୱର ରୋଗୀ ଆଦିତ୍ୟ ଜେନା (୬)ଙ୍କୁ ୧୦୦୦୦ ଟଙ୍କା, ଭଦ୍ରକ ଜିଲ୍ଲାର ରୋଗୀ ସୁବୋଧ ସାହୁଙ୍କୁ ୧୦୦୦୦ ଟଙ୍କା ଏବଂ କୋଭିଡ ସମୟରେ ୧୨୦୦୦ ଟଙ୍କା ଶୁଖିଲା ଖାଦ୍ୟ ବାଣ୍ଟିବା ପାଇଁ ଆର୍ଥିକ ସହାୟତା ଦେଇଥିଲେ। ଜୁହାର ପରିବାର ୟୁକେର ମୁଖ୍ୟ ସଦସ୍ୟ ଦେବାଶିଷ ମିଶ୍ର, ଉତ୍ତମ ତ୍ରିପାଠୀ, ଅଙ୍କନ ନାଏକ ଏବଂ ଶ୍ରୀରାମ ପଣ୍ଡାଙ୍କ ସହଯୋଗରେ ସମସ୍ତ ରୋଗୀ ଏସବୁ ସହାୟତା ପାଇଛନ୍ତି। ଜୁହାର ପରିବାର ୟୁକେ ନିରୀହ ରୋଗୀଙ୍କୁ ଏପରି ସହାୟତା କରିଚାଲିଛନ୍ତି। ଏପରି ମହତ କାର୍ଯ୍ୟ ପାଇଁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମହଲରୁ ଜୁହାର ପରିବାର ୟୁକେ ଟିମକୁ ପ୍ରଶଂସା କରାଯାଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.