କର୍ଲାମୁଣ୍ଡାର ବିଭିନ୍ନ ସ୍ଥାନରେ ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ଆଜି ମାର୍ଚ୍ଚ ୧୫ ବୁଧବାର ଠାରୁ ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ ଅନ୍ଦୋଳନ ଆରମ୍ଭ ହୋଇଯାଇଛି। ୧୦ ଦଫା ଦାବିନେଇ ଓଡିଶା ମୋଟର ଚାଳକ ସଂଘ, ପରିବହନ ସଂଘ, ଡ୍ରାଇଭର ମହାସଂଘ ଭଳି ବିଭିନ୍ନ ସଂଘ ମିଳିତ ଭାବରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ଡାକରା ଦେଇଛନ୍ତି। ଆଜି ସକାଳୁ ସକାଳୁ କର୍ଲାମୁଣ୍ଡା ବ୍ଲକ ପୁଟିଗାଁ ଛକ ଠାରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଚାଲିଛି। ଆୟୋଜିତ ଆନ୍ଦୋଳନରେ ଡ୍ରାଇଭର ମହାସଂଘର ବ୍ଲକ ସଭାପତି କାମଦେବ ଭୋଇ ସଭାପତିତ୍ବରେ ସହସଂପାଦକ କୈଳାସ ଚନ୍ଦ୍ର ସାହୁ, ସଂକିର୍ତ୍ତନ ଭୋଇ, ଉପସଭାପତି କରୁଣା ସାଗର ବାଗ, ସଂପାଦକ ଦେବୀପ୍ରସାଦ ସେଠ, କୋଷାଧ୍ୟକ୍ଷ ରାଜେଶ କହଁର, ଜିଲ୍ଲାକାର୍ଯ୍ୟକାରିଣୀ ସଦସ୍ୟ ସଂକିର୍ତ୍ତନ ଭୋଇ ଯୋଗ ଦେଇ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି ଏହି ଆନ୍ଦୋଳନ। ରାଜ୍ୟରେ ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି ଶହ ଶହ ଡ୍ରାଇଭର। ସେହିପରି କର୍ଲାମୁଣ୍ଡା ବ୍ଲକ ବିଭିନ୍ନ ସ୍ଥାନରେ ଡ୍ରାଇଭରଙ୍କ ପ୍ରତିବାଦ ମଧ୍ୟ ଆରମ୍ଭ ହୋଇଯାଇଛି। ଯୋରାଡବରା, ଗଜବାହାଲ ଛକ, କଲେଜ ଛକ, ମଦନପୁର, ବନ୍ଦର ପ୍ରଭାବ ଦେଖିବା ପାଇଁ ମିଳୁଛି। ଅନ୍ୟପକ୍ଷରେ ସମସ୍ତ ପରିସ୍ଥିତିକୁ ମୁକାବିଲା କରିବା ପୋଳିସ ମୁତୟନ ହୋଇଛନ୍ତି। ଡ୍ରାଇଭରଙ୍କ ଦାବିକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇ ବିଚାର କରିବେ ବୋଲି କର୍ଲାମୁଣ୍ଡା ଡ୍ରାଇଭର ମହାସଂଘ ଓଡିଶା ସରକାରଙ୍କ ପାଖରେ ଦାବି ରଖିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.