ନର୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନିଜର ଧାର୍ଯ୍ୟ ଦାବି ପୂରଣ ପାଇଁ ରାଜରାସ୍ତାକୁ ଓହ୍ଲାଉଛନ୍ତି ଡ୍ରାଇଭର। ଆଜି ମାର୍ଚ୍ଚ ୧୫ ବୁଧବାର ଓଡିଶା ମୋଟର ଚାଳକ ସଂଘ, ପରିବହନ ସଂଘ, ଡ୍ରାଇଭର ମହାସଂଘ ଭଳି ବିଭିନ୍ନ ସଂଘ ମିଳିତ ଭାବରେ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନର ଡାକରା ଦେଇଛନ୍ତି। ତେବେ ଦଶମ ପରୀକ୍ଷା ଚାଲିଥିବା କାରଣରୁ ଓଡ଼ଶା  ଡ୍ରାଇଭର ସଂଘ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରହିଛି। ରାଜ୍ୟରେ ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି ଶହ ଶହ ଡ୍ରାଇଭର। ସେହି କ୍ରମରେ ଆଜି ସକାଳୁ ନର୍ଲା ଚାରିଛକ ଓ ରୁପ୍ରାରୋଡ ଠାରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆରମ୍ଭ ହୋଇଯାଇଛି। ନର୍ଲା ଡ୍ରାଇଭର ସଂଘ ସଭାପତି ବିମନ୍ତ ପଧାନ ଓ ସଂପାଦକ ରବି ଧାରୁଆଙ୍କ ନେତୃତ୍ୱରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚାଲିଛି। ସମସ୍ତ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପୋଲିସ ମୁତୟନ ହୋଇଛନ୍ତି। ତେବେ ଡ୍ରାଇଭରଙ୍କ ଦାବିକୁ ରାଜ୍ୟ ସରକାର ଗ୍ରହଣ କରିବାକୁ ନିବେଦନ କରିଛନ୍ତି ଡ୍ରାଇଭର ସଂଘ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.