ମାର୍ଚ୍ଚ ୩୧ରୁ ଆରମ୍ଭ ହେବ ଅଲ ଓଡିଶା ବଡି ବିଲ୍ଡିଂ ଚାମ୍ପିୟନଶିପ

ଓଡ଼ିଆ ବାର୍ତ୍ତା/ ପୁରୀ: ଚଳିତ ମାସ ୩୧ରୁ ଏପ୍ରିଲ ୧ ପର୍ଯ୍ୟନ୍ତ ଅଲ ଓଡିଶା ବଡି ବିଲ୍ଡିଂ ଚାମ୍ପିୟନଶିପ ଆୟୋଜିତ ହେବ । ପୁରୀ ଜିଲ୍ଲା ବଡି ବିଲ୍ଡିଂ ଆସୋସିଏଶନ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ  ଓଡିଶାର ସମସ୍ତ ଜିଲ୍ଲାର ୨୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେବେ । ସେମାନଙ୍କ ସହ ୫୦ ଅଫିସିଆଲ ମଧ୍ୟ ଯୋଗ ଦେବେ । ପ୍ରଥମ ଥର ଭିକ୍ଟୋରିଆ ହୋଟେଲ ସମ୍ମୁଖ ପୁରୀ ସମୁଦ୍ରକୂଳରେ ଏହାକୁ ଆୟୋଜିତ କରାଯିବ । ଏଥିରେ ଅଂଶଗ୍ରହଣ କରିବାକୁ ଥିବା ପ୍ରତିଯୋଗୀମାନଙ୍କ ପାଇଁ ଆୟୋଜକଙ୍କ ପକ୍ଷରୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ କରାଯାଇଛି । ସଂଘର ସଭାପତି ସତ୍ୟନାରାୟଣ ମହାନ୍ତି, ଉପ ସଭାପତି ଅନୀଲ ଗୋଚ୍ଛିକାର, ସମ୍ପାଦକ ଭାରତୀ କୃଷ୍ଣ ବ୍ରହ୍ମା, କୋଷାଧ୍ୟକ୍ଷ ପଙ୍କଜ ଲୋଚନ ପ୍ରତିହାରୀ, ସଞ୍ଜୟ କୁମାର ସାହୁ ପ୍ରମୁଖ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିଯୋଗିତା ସମ୍ପର୍କରେ ଆଲୋକପାତ କରିଥିଲେ । ସମୁଦ୍ର କୂଳର ମୁକ୍ତ ପରିବେଶରେ ପ୍ରଥମ ଥର ଏ ଭଳି ଚାମ୍ପିୟନଶିପ ଆୟୋଜିତ ହେଉଛି ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.