ବିଭିନ୍ନ ହୋଟେଲ ବୁଲି ଖାଇ ଭିଡ଼ିଓ ବନାଇ ଚାଲିଲେ ଯୁବକ; ଏବେ ହୋଇଯାଇଛନ୍ତି ଅସମ୍ଭାଳ ମୋଟା

ଆଜିର ସମୟରେ ଲୋକମାନେ ଇଣ୍ଟରନେଟରୁ ଟଙ୍କା ରୋଜଗାର କରୁଛନ୍ତି । ଯେହେତୁ ସୋସିଆଲ ମିଡିଆର କ୍ରେଜ ବଢିିଚାଲିଛି, ଏହା ମାଧ୍ୟମରେ ଟଙ୍କା ରୋଜଗାର କରୁଥିବା ଲୋକଙ୍କ ତାଲିକା ମଧ୍ୟ ଲମ୍ବା ହେବାରେ ଲାଗିଛି । ବିଭିନ୍ନ ପ୍ରକାରର ଭିଡିଓ ପୋଷ୍ଟ କରି ଟଙ୍କା ରୋଜଗାର କରିବା ପାଇଁ ଅନେକ ଉଦ୍ୟମ କରୁଛନ୍ତି । ବିଭିନ୍ନ ହୋଟେଲ ବୁଲି ଖାଇବା ଓ ଏହାର ଭିଡ଼ିଓ ବନାଇ ୟୁଟ୍ୟୁବ୍‌ରେ ପୋଷ୍ଟ କରିବା ସାଧାରଣ କଥା ହୋଇଗଲାଣି । ଏଭଳି ପରିସ୍ଥିତିରେ ଜଣେ ଯୁବକ ବିଭିନ୍ନ ସ୍ଥାନ ବୁଲି ବୁଲି ଖାଦ୍ୟ ଖାଇବା ସହ ଭିଡ଼ିଓ ବନାଇବା ଜାରି ରଖିଥିଲେ । ଏଥିପାଇଁ ତାଙ୍କୁ ପରିଚିତ ଓ ଭଲ ଆୟ ମଧ୍ୟ ମିଳିଥିଲା । କିନ୍ତୁ ଏହି ଭିଡ଼ିଓ କାରଣରୁ ଯୁବକ ଜଣକ ଏତେ ମୋଟା ହୋଇଯାଇଛନ୍ତି ଯେ କେହି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବା ସ୍ୱଭାବିକ । ଇଣ୍ଟରନେଟ୍ ସେନସେସ୍ ପାଲଟିଛନ୍ତି ନିକୋକାଡୋ ଆଭୋକାଡୋ । ସେ ୟୁଟ୍ୟୁବ୍ ଚ୍ୟାନେଲରେ ଖାଦ୍ୟ ଖାଇବାର ଭିଡିଓ ପୋଷ୍ଟ କରନ୍ତି ଏବଂ ଏଥିରୁ ମୋଟା ଅଙ୍କର ଟଙ୍କା ବି ରୋଜଗାର କରନ୍ତି । କିନ୍ତୁ ବର୍ତ୍ତମାନ ସେ ନିଜର ସମସ୍ୟା ସମ୍ପର୍କରେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ସେ କହିଛନ୍ତି, ସେ ଭାୟୋଲିନ୍ ବଜାଇବାକୁ ବହୁତ ପସନ୍ଦ କରନ୍ତି । ସେ ବିଭିନ୍ନ ଖାଦ୍ୟ ଖାଆନ୍ତି ଓ ତାକୁ ଭିିଡ଼ିଓ ବନାଇ ୟୁଟ୍ୟୁବ୍‌ରେ ବି ସେୟାର କରନ୍ତି । ୯ ବର୍ଷ ଧରି ସେ ଏପରି ଭିଡ଼ିଓ ୟୁଟ୍ୟୁବ୍ ପାଇଁ ରେକର୍ଡ଼ କରୁଛନ୍ତି । ଆଗରୁ ବହୁତ ପତଳା ଥିଲେ । ଏହି ନଅ ବର୍ଷ ମଧ୍ୟରେ ବିଭିନ୍ନ ଖାଦ୍ୟ ଖାଇ ତାଙ୍କର ଓଜନ ୧୩୬ କିଲୋଗ୍ରାମ ହୋଇଯାଇଛି । ଅବସ୍ଥା ଏପରି ହୋଇଛି ଯେ, ଏବେ ଚାଲିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି । କୌଣସି କାମ କରିବା ତାଙ୍କ ପାଇଁ ଅସୁବିଧା ହେଉଛିି । ଅନେକ ପ୍ରକାରର ଶାରୀରିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ସେ କହିଛନ୍ତି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.