ଦୁଇ ସରକାରୀ କର୍ମଚାରୀଙ୍କ ମଧ୍ୟରେ ମୁଥ ମରାମରି

• ଶାରୀରିକ ଶିକ୍ଷା ନିରୀକ୍ଷକ ଓ ମହିଳା ପିଇଟି ଶିକ୍ଷୟତ୍ରୀଙ୍କ ମଧ୍ୟରେ ମାରପିଟ୍ ଅଭିଯୋଗ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଶିକ୍ଷା ଜିଲ୍ଳାରେ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ଭୁଷୁଡି ପଡିଥିବା ବେଳେ ଏବେ ଜିଲ୍ଳା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଭିତରେ ଦୁଇ ସରକାରୀ କର୍ମଚାରୀଙ୍କ ମଧ୍ୟରେ ମାରପିଟ୍ ଘଟଣା ସମଗ୍ର ଜିଲ୍ଳାରେ ଚର୍ଚ୍ଚାରେ ବିଷୟ ପାଲଟିଛି । ଏପରିକି ଘଟଣାଟି ଯାଇ ରାୟଗଡା ଥାନାରେ ପଂହଚିଲାଣି । ତେବେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି କି ନାହିଁ ତାହା ଜଣା ପଡି ନ ଥିବା ବେଳେ ଉଭୟ କର୍ମଚାରୀ ପକ୍ଷରୁ ଦୁଇଟି ଲିଖିତ ଅଭିଯୋଗ ଦିଆଯାଇଛି । ଉଭୟ ସରକାରୀ କର୍ମଚାରୀ ଦ୍ୱୟ ହେଲେ ଶାରିରୀକ ଶିକ୍ଷା ନିରୀକ୍ଷକ ଶତ୍ରୁଘ୍ନ ମଲ୍ଳିକ ଓ ମହିଳା ପିିଇଟି ଶିକ୍ଷୟତ୍ରୀ ରଶ୍ମିରାଣୀ ପାତ୍ର । ତେବେ ଜିଲ୍ଳା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦୁଇ ଜଣ କର୍ମଚାରୀଙ୍କ ମଧ୍ୟରେ ମାରପିଟ୍ ହୋଇଥିବା ବେଳେ ମୋତେ କୈାଣସି ଲିଖିତ ଅଭିଯୋଗ ଆସି ନ ଥିବାରୁ ଘଟଣା ସଂପର୍କରେ ମୁଁ ଅବଗତ ନାହିଁ । ଯଦି ଉଭୟଙ୍କ ପକ୍ଷରୁ ଲିଖିତ ଅଭିଯୋଗ ଆସେ ତାହାହେଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ଜିଲ୍ଳା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ପ୍ରକାଶ କରିଛନ୍ତି । ମାରପିଟ୍ ଘଟଣାକୁ ନେଇ ମହିଳା ପିଇଟି ଶିକ୍ଷୟତ୍ରୀ ଶ୍ରୀମତି ପାତ୍ର ରାୟଗଡା ଥାନାରେ ଦେଇଥିବା ଏତଲା ପ୍ରକାରେ ସେ ବିଷମକଟକ ବ୍ଳକର ବେଥିଆପଡା ଉଚ୍ଚ ବିଦ୍ୟାଳୟରେ ଶାରିରୀକ କ୍ରୀଡା ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି । ଗତକାଲି ସଂଧ୍ୟା ୭ଘଂଟା ସମୟରେ ତାଙ୍କ ଆତ୍ମ ସୁରକ୍ଷା ଦକ୍ଷତା ତାଲିମ ପ୍ରଦାନର ଟଙ୍କା ବିଷୟରେ ବୁଝିବା ପାଇଁ ଜିଲ୍ଳା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଶାରିରୀକ ଶିକ୍ଷା ନିରୀକ୍ଷକ ଶତ୍ରୁଘ୍ନ ମଲ୍ଳିକ ତାଙ୍କୁ ଡକାଇଥିଲେ । ନିରୀକ୍ଷକ ଶ୍ରୀ ମଲ୍ଳିକ ଡାକିଥିବା ଯୋଗୁଁ ଶ୍ରୀମତି ପାତ୍ର ସେଠାକୁ ଯାଇଥିବା ବେଳେ ଶ୍ରୀ ମଲ୍ଳିକ ତାଙ୍କୁ ଭିତରକୁ ଟାଣି ନେଇ ଅଭଦ୍ର ବ୍ୟବହାର କରିବା ହସ ଧର୍ଷଣ କରିବା ପାଇଁ ଉଦ୍ୟମ କରିଥିବାର ଅଭିଯୋଗ କରିଛନ୍ତି । ସେଠାରୁ ସେ ପ୍ରାଣ ବିକଳରେ ଦୈାଡି ବାହାରକୁ ଚାଲି ଆସିଥିବା ବେଳେ ଧର୍ଷଣ କରିବାକୁ ଉଦ୍ୟମ କରିବା ସମୟରେ ତାଙ୍କୁ ତଳେ ପକାଇ ମାରପିଟ୍ କରିଥିଲେ ଫଳରେ ଶ୍ରୀମତି ପାତ୍ର ପିନ୍ଧିଥିବା ସୁନା ଚେନଟି ଛିଣ୍ଡି ପଡିଯାଇଥିଲା । ଏପରିକି ପୂର୍ବରୁ ଅନେକ ଥର ଏପରି ଅଭଦ୍ରାମୀ କରିଥିବା ଅଭିଯୋଗ ଉଲ୍ଳେଖ କରିଛନ୍ତି । ତେବେ ଏଭଳି ଘଟଣା ଘଟି ନ ଥିବା ଏବଂ ଶ୍ରୀମତି ପାତ୍ର ଭୁଲ୍ ଅଭିଯୋଗ ଆଣିଛନ୍ତି ଏବଂ ସବୁ ଅଭିଯୋଗ ଭିତିହୀନ ବୋଲି କହିଛନ୍ତି ଶ୍ରୀ ମଲ୍ଳିକ । ମାର୍ଚ୍ଚ ମାସରେ ସମସ୍ତ ପିଇଟି ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଦରମା ନିମନ୍ତେ ସମସ୍ତଙ୍କୁ ନିଜ ନିଜ ଇନକମ୍ ଟେକ୍ସ ତଥ୍ୟ ପ୍ରଦାନ କରିବା ପାଇଁ କୁହାଯାଇଥିବା ବେଳେ ଦୀର୍ଘ ଦିନ ଧରି ପିଇଟି ଶିକ୍ଷୟତ୍ର୍ରୀ ଶ୍ରୀମତି ପାତ୍ର ଏହାକୁ ପ୍ରଦାନ କରୁ ନ ଥିବାରୁ ତାଙ୍କର ଫେବୃଆରୀ ମାସ ଦରମା ବନ୍ଦ କରାଯିବା ସହ ସେ ନିୟମିତ ଭାବେ ବେଥିଆପଡା ହାଇସ୍କୁଲ ଯାଉ ନ ଥିବାର ଅଭିଯୋଗ ପାଇଁ ଜିଲ୍ଳା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ନୋଟିସ ପ୍ରସ୍ତୁତ ସମୟରେ ଗତକାଲି ସଂଧ୍ୟାରେ ହଠାତ୍ ଶ୍ରୀମତି ପାତ୍ର କାର୍ଯ୍ୟାଳୟକୁ ଆସି ମୋତେ ମୁଥ ମୁଥ ମାରି ସାର୍ଟ ପକେଟ୍ ଚିରି ଦେବା ସହ ଲାତ ଗୋଇଠା ମାରିଥିଲେ । ଉକ୍ତ ସମୟରେ ମୋ କକ୍ଷରେ ୩ଜଣ ବ୍ୟକ୍ତି ଉପସ୍ଥିତ ରହିଥିବା ବେଳେ ମୋତେ ବଦନାମ କରିବାକୁ ତଥା ମୋତେ ଡରାଇବାକୁ ଚେଷ୍ଠା କରି ଏପରି ମିଥ୍ୟା ଅଭିଯୋଗ ସେ ଥାନାରେ ଦେଇଥିବା ଶାରିରୀକ ଶିକ୍ଷା ନିରୀକ୍ଷକ ଶ୍ରୀ ମଲ୍ଳିକ ପ୍ରକାଶ କରିଛନ୍ତି । ତେବେ ପ୍ରକାଶ ଥାଉ କି, ଶାରିରୀକ ଶିକ୍ଷା ନିରୀକ୍ଷକଙ୍କ ବ୍ୟବହାର ତଥା କାର୍ଯ୍ୟଶୈଳୀକୁ ନେଇ ଅନେକ ଥର ଜିଲ୍ଳାର ମହିଳା ପିିଇଟି ଶିକ୍ଷୟତ୍ରୀମାନେ ଜିଲ୍ଳା ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିଛନ୍ତି । ଯାହାର ତଦନ୍ତ ଏବେ ମଧ୍ୟ ଚାଲୁ ରହିଥିବା ବେଳେ ପୁଣି ଜଣେ ମହିଳା ପିଇଟି ଶିକ୍ଷୟତ୍ରୀ କେଉଁ କାରଣରୁ ତିନିଜଣ ବ୍ୟକ୍ତିଙ୍କ ଉପସ୍ଥିିତିରେ ଜଣେ ଅଧିକାରୀଙ୍କୁ ମାଡ ମାରିବା ପାଇଁ ପଛେଇ ନ ଥିଲେ ସେ ମୂଳ କାରଣ ଲୋକ ଲୋଚନକୁ ଆଣିବା ବିଭାଗୀୟ ତଦନ୍ତ ସାକ୍ଷେପ । ରାୟଗଡାରେ ଆତ୍ମ ସୁରକ୍ଷା କୈାଶଳ ତାଲିମପ୍ରାପ୍ତ ଶାରୀରିକ ଶିକ୍ଷକଶିକ୍ଷୟତ୍ରୀଙ୍କ ସଂଖ୍ୟା କମ ଥିବାରୁ ସରକାରଙ୍କ ନିୟମାନୁଯାୟୀ ବାହାରୁ ତାଲିମ ପ୍ରାପ୍ତ ପ୍ରଶିକ୍ଷକ କିମ୍ବା ପ୍ରଶିକ୍ଷିକାଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ନିର୍ଦ୍ଦେଶ ରହିଛି । ଶାରୀରିକ ଶିକ୍ଷା ନିରୀକ୍ଷକଙ୍କ ନିଜ ଝିଅ ମଧ୍ୟ ଏହି ସୁଯୋଗ ପାଇ ତାଙ୍କୁ ଦିଆଯାଇଥିବା ସ୍କୁଲଗୁଡିକରେ ତାଲିମ ଦେଉଛନ୍ତି । ତେବେ ନିଜ ଝିଅକୁ ରାୟଗଡା ସମେତ ଅନ୍ୟ ବ୍ଳକର ପାଖ ସ୍କୁଲଗୁଡିକରେ ତାଲିମ ପ୍ରଦାନ ପାଇଁ ସୁବିଧା କରି ଦେଇଥିବା ବେଳେ ଅନ୍ୟ ବ୍ଳକର ପିଇଟି ଶିକ୍ଷକଶିକ୍ଷୟତ୍ରୀମାନଙ୍କୁ ଦୂର ଦୂରାନ୍ତ ବ୍ଳକଗୁଡିକର ଦୂର୍ଗମ ଅଂଚଳରେ ଥିବା ସ୍କୁଲଗୁଡିକରେ ତାଲିମ ଦେବା ପାଇଁ ଶ୍ରୀ ମଲ୍ଳିକ ଆଦେଶ କରିଥିବା ଘଟଣାକୁ ନେଇ ଗତ ଦିନରେ ଜିଲ୍ଳାର ମହିଳା ପିଇଟି ଶିକ୍ଷୟତ୍ରୀମାନେ ଅଭିଯୋଗ କରିଥିଲେ । ଜିଲ୍ଳା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦୁଇ ସରକାରୀ କର୍ମଚାରୀ ମୁଥ ମାରାମାରି ଘଟଣାକୁ ନେଇ ଜିଲ୍ଳା ଶିକ୍ଷା ବିଭାଗ ପକ୍ଷରୁ କଣ ପଦକ୍ଷେପ ଗ୍ରହଣ କରାଯିବ ତାହା ଦେଖିବାକୁ ବାକି ରହିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.