ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ପାଳନୋତ୍ସବ

● ଉତ୍ତମ ସ୍ଵାସ୍ଥ୍ୟ ସମସ୍ତଙ୍କ ଅଧିକାର

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଜିଲ୍ଲାସ୍ତରୀୟ ବିଶ୍ଵ ସ୍ଵାସ୍ଥ୍ୟ ଦିବସ ସ୍ଥାନୀୟ ଜିଲ୍ଲା ସ୍ଵାସ୍ଥ୍ୟ ପ୍ରଶିକ୍ଷଣ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି। ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଡିପିଏମ ବିଶ୍ଵମ୍ଵର ବେହେରା ଯୋଗଦେଇଥିଲେ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ୭୫ତମ ପ୍ରତିଷ୍ଠା ଦିବସକୁ ଚଳିତ ବର୍ଷ ପାଳନ କରାଯାଉଥିବା ବେଳେ ୧୯୪୮ ମସିହାରୁ ଆଜିଯାଏଁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ନେଇଥିବା ଗୁରୁତ୍ଵପୁର୍ଣ୍ଣ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା। ଉତ୍ତମ ସ୍ଵାସ୍ଥ୍ୟ ସମସ୍ତଙ୍କ ଅଧିକାର ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ପରିଚାଳକ କମ୍ୟୁନିଟି ପ୍ରୋସେସ୍ ତରଣୀସେନ ପ୍ରଧାନ, ଡିପିସି ଯକ୍ଷ୍ମା ସମୀର କୁମାର ସାହୁ, ସହକାରୀ ପରିଚାଳିକା ଅଣ ସଂକ୍ରାମକ ରୋଗ ଗୀତାଞ୍ଜଳି ମେହେର, ଆଇସିଏ ସଞ୍ଜୟ କୁମାର ପଣ୍ଡା ପ୍ରମୂଖ ମଂଚାସୀନ ଥିଲେ। ତରଣୀସେନ ପ୍ରଧାନ ସ୍ଵାଗତ ସଭାଷଣ ସହ ସଭା ପରିଚାଳଣା କରିଥିବା ବେଳେ ସମୀର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗର କର୍ମଚାରୀଙ୍କ ସମେତ ମହିଳା ସ୍ଵାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.