ଯୁବ ଆଧ୍ୟାତ୍ମିକ ସାହିତ୍ୟ ପାଠଚକ୍ର

ଓଡ଼ିଆ ବାର୍ତ୍ତା/ କଟକ : କୈବଲ୍ୟ ସାହିତ୍ୟ ସଂସଦ ଏବଂ ମହାନଦୀ ବିହାର ମହିଳା ମହାବିଦ୍ୟାଳୟ ସ୍ନାତକ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ସହଯୋଗରେ ଯୁବ ଆଧ୍ୟାତ୍ମିକ ସାହିତ୍ୟ ପାଠଚକ୍ର ଏବଂ ବିଶ୍ଵ ଚେତନାରେ ଶ୍ରୀ ଜଗନ୍ନାଥ ଶୀର୍ଷକ ଆଲୋଚନା ଚକ୍ର, କବିତା ପାଠ ଏବଂ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଇଯାଇଛି । ଉକ୍ତ ପାଠ ଚକ୍ରରେ ଅନୁଷ୍ଠାନର ଶତାଧିକ ଛାତ୍ରୀ, ଅଧ୍ୟାପିକା, ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସାରସ୍ବତ ସାଧକ ସାଧିକା ଯୋଗଦେଇଥିଲେ । ଡ଼କ୍ଟର ଲକ୍ଷ୍ମଣ ସାହୁ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ପ୍ରାକ୍ତନ ନିର୍ଦ୍ଦେଶକ ଭାଷା ଗବେଷଣା ଅନୁଷ୍ଠାନ ଡ଼ ହରିହର କାନୁନଗୋ ଯୋଗ ଦେଇ  ଜଗନ୍ନାଥ ବିଶ୍ଵବାସିଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି ବୋଲି ମନ୍ତବ୍ୟ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଡ଼କ୍ଟର ବିଦ୍ୟୁତ୍ ପ୍ରଭା ମିଶ୍ର ପ୍ରଧ୍ୟାପିକା ଯୋଗଦେଇ ଜଗନ୍ନାଥ ସଂସ୍କୃତିର ମହନୀୟତାକୁ ବ୍ୟାଖ୍ୟା କରିଥିଲେ ।

ସମ୍ମାନିତ ବକ୍ତା ଭାବେ ଅଧ୍ୟାପିକା ମନସ୍ଵିନୀ ମିଶ୍ର ଜଗନ୍ନାଥ ତତ୍ୱକୁ ଭକ୍ତି ରସରେ ବ୍ୟାଖ୍ୟା କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଅଧ୍ୟାପିକା ଡ. କୀର୍ତ୍ତି ମଞ୍ଜରୀ ସାହୁ, ଅଧ୍ୟାପିକା ତେଜସ୍ଵୀନୀ ସାମଲ, କବୟିତ୍ରୀ ପୁଷ୍ପଲତା ସାହୁ ବିଶଦ ଭାବେ ଜଗନ୍ନାଥଙ୍କ ବିଶ୍ଵ ଚେତନାକୁ ବ୍ୟାଖ୍ୟା କରିଥିଲେ । ଉକ୍ତ ପଠଚକ୍ରରେ କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରିଥିଲେ । ଯୁବ ଆଧ୍ୟାତ୍ମିକ ସାହିତ୍ୟ ପାଠ ଚକ୍ରରେ ମହାବିଦ୍ୟାଳୟର ଛାତ୍ରୀ ମାନେ ବିଶ୍ଵଚେତନରେ ଶ୍ରୀ ଜଗନ୍ନାଥ ଶୀର୍ଷକ ଆଲୋଚନାରେ ମତାମତ ରଖିଥିଲେ ଏବଂ କିଛି ଛାତ୍ରୀ ସ୍ୱ ରଚିତ କବିତା ପାଠ କରିଥିଲେ ।

ପଚାଶ ଜଣ ଛାତ୍ରୀଙ୍କୁ କୈବଲ୍ୟ ଆଧ୍ୟାତ୍ମିକ ଯୁବ ଚେତନା ସମ୍ମାନ ପ୍ରଦାନ କରା ଯାଇଥିଲା । କୋଡିଏ ଜଣ କବି କବିତା ପାଠ କରିଥିଲେ ସେମାନଙ୍କୁ କୈବଲ୍ୟ ଆଧ୍ୟାତ୍ମିକ ଚେତନା କବିତା ସମ୍ମାନ ପ୍ରଦାନ କରାଯାଇଥିଲା । ଅଧ୍ୟାପିକା ମନସ୍ଵିନୀ ମିଶ୍ର, ଅଧ୍ୟାପିକା ତେଜସ୍ଵିନୀ ସାମଲ, ଅଧ୍ୟାପିକା ବିଷ୍ଣୁ ପ୍ରିୟ ସାହୁ, ଅଧ୍ୟାପିକା ଡ. କୀର୍ତ୍ତି ମଞ୍ଜରୀ ସାହୁ ଏବଂ ସାମ୍ବାଦିକ ଲଲିତେନ୍ଦୁ ପାଲାଉରିଙ୍କୁ କୈବଲ୍ୟ ଆଧ୍ୟାତ୍ମିକ ଚେତନା ସମ୍ମାନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜନ ରଞ୍ଜନ ପ୍ରଧାନ, ସାଗର କୁମାର ସାମନ୍ତରାୟ, ମହେଶ୍ଵର ବେହେରା, ନବ କିଶୋର ଶତପଥୀ, ତପସ୍ଵିନୀ ଶତପଥୀ, ଗିତାମୟୀ ମହାପାତ୍ର, ମଙ୍ଗଳୁ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପିକା ବିଷ୍ଣୁ ପ୍ରିୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.