ସାହାଜପିଟାରେ ଜିଲ୍ଲାସ୍ତରୀୟ ଜାତୀୟ ନିରାପଦ ମାତୃତ୍ଵ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ନିକଟସ୍ଥ ସହାଜପିଟା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ଜିଲ୍ଲାସ୍ତରୀୟ ଜାତୀୟ ନିରାପଦ ମାତୃତ୍ଵ ଦିବସ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ ଏହି ସଭାରେ ଅଧ୍ୟକ୍ଷତା କରି ନିରାପଦ ମାତୃତ୍ଵ ପାଇଁ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ନେବା ପାଇଁ ଆହ୍ଵାନ ଦେଇଥିଲେ। ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୁରୀ ଗର୍ଭଧାରଣ ସମୟରେ ଦେଖାଦେଉଥିବା ବିଭିନ୍ନ ବିପଦ ଲକ୍ଷଣ ଉପରେ ସତର୍କ ରହିବାକୁ ଉପଦେଶ ଦେଇଥିଲେ। ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ଗର୍ଭାବସ୍ଥାରେ ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷା ସହ ସକରାତ୍ମକ ମାନସିକତା ଉପରେ ଗୁତୁତ୍ଵାରୋପ କରିଥିଲେ। ଏହି ଅବସରରେ ଅର୍ଜୁନପୁରର ମାଁ ପୂର୍ଣ୍ଣମାସୀ କରମା ଦଳ ତରଫରୁ ଲୋକଗୀତ ମାଧ୍ୟମରେ ନିରାପଦ ମାତୃତ୍ଵ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ପୂଜାଶ୍ରୀ ମିଶ୍ର, ଏପିଡେମିଓଲୋଜିଷ୍ଟ ଡାକ୍ତର ବିଷ୍ଣୁଚରଣ ମାଝି, ସହକାରୀ କାର୍ଯ୍ୟକ୍ରମ ପରିଚାଳକ (କମ୍ୟୁନିଟି ପ୍ରସେସ୍) ତରଣୀସେନ ପ୍ରଧାନ, ଆଇସିଏ ସଞ୍ଜୟ କୁମାର ପଣ୍ଡା, ସ୍ଵାସ୍ଥ୍ୟ ପରିଦର୍ଶକ ପ୍ରମୋଦ ସାହୁ, ଉପେକ୍ଷିତ ଟ୍ରୋପିକାଲ ରୋଗ ଜିଲ୍ଲା ଅଧିକାରୀ ପ୍ରମୂଖ ମଂଚାସୀନ ଥିଲେ। ଭାରପ୍ରାପ୍ତ ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶାନ୍ତ୍ଵନୁ ମେହେର ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆୟୁଷ ଡାକ୍ତର ପ୍ରସନ୍ନ ଦାଶ ସ୍ଵାଗତ ଭାଷଣ ଦେଇଥିଲେ ଏବଂ ବିପିଏମ ପ୍ରିୟରଂଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ କାର୍ଯ୍ୟକ୍ରମରେ ଭାଗନେଇ ପଚାସରୁ ଉର୍ଦ୍ଧ୍ଵ ଗର୍ଭବତୀ ମହିଲା ନିଜ ସ୍ଵାସ୍ଥ ପରୀକ୍ଷା କରାଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.