କୋହଲିଙ୍କୁ ସମାଲୋଚନା କଲେ ନ୍ୟୁଜିଲାଣ୍ଡର ଏହି ପୂର୍ବତନ କ୍ରିକେଟର

ଓଡ଼ିଆ ବାର୍ତ୍ତା/ ବାଙ୍ଗାଲୋର: ଭାରତର ଷ୍ଟାର ଖେଳାଳି ବିରାଟ କୋହଲିଙ୍କୁ ସମାଲୋଚନା କରିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟର ସାଇମନ ଡୁଲ । ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧ ୱିକେଟରେ ଲକ୍ଷ୍ନୌ ସୁପର ଜ୍ୟାଂଟସ ନିକଟରୁ ପରାଜିତ ହୋଇଛି । ଏହି ମ୍ୟାଚରେ କୋହଲି ୪୪ ବଲରେ ୬୧ ରନ କରିଥିଲେ । କମେଂଟେଟର ଡୁଲ କୋହଲି ରେକର୍ଡ ପାଇଁ ଖେଳୁଛନ୍ତି ବୋଲି କହିଛନ୍ତି । ଯାହାକୁ ନେଇ ତାଙ୍କ ପ୍ରଶଂସକମାନେ ଅସନ୍ତୁଷ୍ଟ ହୋଇଛନ୍ତି । ଡୁଲଙ୍କ କହିବା ଅନୁସାରେ କୋହଲି ୨୫ ବଲରେ ୪୨ ରନ ସଂଗ୍ରହ କରିଥିଲେ । ମାତ୍ର ଏହା ପରେ ୮ରନ ପାଇଁ ସେ ୧୦ଟି ବଲ ଖେଳିଥିଲେ । କୋହଲି ବୋଧହୁଏ ଅର୍ଦ୍ଧଶତକ ହାସଲ ପାଇଁ ଧୀମା ଖେଳିଥିଲେ । ଟି୨୦ରେ ଏହି ସବୁର ମାନେ କିଛି ନାହିଁ ବୋଲି ଡୁଲ କହିଛନ୍ତି । ବାଙ୍ଗାଲୋର ଯଦି ଆଉ କିଛି ରନ ସଂଗ୍ରହ କରି ନେଇଥାନ୍ତା ତାହାହେଲେ ଦଳକୁ ହରାଇବା କଷ୍ଟକର ହୋଇ ପଡିଥାନ୍ତା । ଲକ୍ଷ୍ନୌ ଏହି ମ୍ୟାଚରେ ବିଜୟ ହାସଲ କରି ପଂଏଟ ଟେବୁଲରେ ଶୀର୍ଷ ସ୍ଥାନ ହାସଲ କରିଛି । ଭଲ ବ୍ୟାଟିଂ ପ୍ରଦର୍ଶନ ସତ୍ୱେ ବାଙ୍ଗାଲୋର ଏହି ମ୍ୟାଚ ହାରି ଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.