ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଲାଞ୍ଜିଗଡ଼ରୋଡ଼ ବିର ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି ହେଉଛି। ଆସନ୍ତା ଅପ୍ରେଲ ୧୨ରୁ୧୪ ତାରିଖ ପର୍ଯ୍ୟନ୍ତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଆସନ୍ତା କାଲି (ବୁଧବାର) ଅପରାହ୍ନରେ କଳସ ଯାତ୍ରା ହୋଇ ୧୩ ତାରିଖ (ଗୁରୁବାର) ଦିନ ବିଗ୍ରହ ସମୂହ ନଗର ପରିକ୍ରମା କରିବା ସହ ରତ୍ନମୁଦ ସ୍ଥାପନ। ୧୪ ତାରିଖ ଶୁକ୍ରବାର ବିଗ୍ରହଙ୍କ ମନ୍ଦିର ପ୍ରବେଶ ସହ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରହିଥିବା ଲାଞ୍ଜିଗଡ଼ରୋଡ଼ ବୀର ହନୁମାନ ମନ୍ଦିର ପରିଚାଳନା କମିଟି ସୂଚନା ଦେଇଛନ୍ତି। ତେବେ ବର୍ତମାନ ଠାରୁ ମନ୍ଦିର କମିଟି ତଥା ଅଞ୍ଚଳର ଜନସାଧାରଣ ମନ୍ଦିର ପ୍ରତିଷ୍ଠାର ବିଭିନ୍ନ କାର୍ଯ୍ୟରେ ସହଯୋଗ କରୁଥିବା ଦେଖାଯାଇଛି।