ଖଲ୍ଲିକୋଟ ତହସିଲର ୧୨୪୨ ଜଣଙ୍କୁ ବିଧାୟିକା ବାଣ୍ଟିଲେ ଗ୍ରାମକଣ୍ଠ ପଟ୍ଟା

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ସ୍ଥାନୀୟ ମରଦରାଜ କଲ୍ୟାଣ ମଣ୍ଡପ ପରିସରରେ ଖଲ୍ଲିକୋଟ ତହସିଲ କାର୍ଯ୍ୟାଳୟ ତରଫରୁ ତହସିଲର ୧୧ଟି ରାଜସ୍ବ ସର୍କଲ ଓ ୨୯ଟି ପଂଚାୟତର ୧୨୪୨ଜଣ ହିତାଧିକାରୀଙ୍କୁ ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଗ୍ରାମ କଣ୍ଠ ପଟ୍ଟା ବଣ୍ଟନ କରିଥିବା ଜଣାପଡିଛି l ଏ ଉପଲକ୍ଷେ ଆୟୋଜିତ ବୈଠକରେ ବ୍ଲକ ଅଧକ୍ଷ ଦୈତାରୀ ବେହେରା, ବିଜ୍ଞାପିତ ଅଂଚଳ ପରିଷଦର ଅଧକ୍ଷ ଇଂ. ନିରଞ୍ଜନ ବେହେରା, ଖଲ୍ଲିକୋଟ ଗୋଷ୍ଠି ଉନ୍ନୟନ ଅଧିକାରୀ ବିକ୍ରମ ଦୋରା, ତହସିଲଦାର ରାଜ କିଶୋର ପଟ୍ଟନାୟକ ଓ ଅତିରିକ୍ତ ତହସିଦାର ନବ କିଶୋର ପାତ୍ର ଓ ସରକାରୀ ଓକିଲ ରବି ଚଲ୍ଲମ ରାଜସ୍ୱ ସୁପରଭାଇଜର ତ୍ରିଲୋଚନ ବିଶ୍ୱାଳ ପୂର୍ଣବାସି ଗୌଡ଼ ଓ ଖଲ୍ଲିକୋଟ ଆରଆଇ ମୀନକେତନ ଶବର, କେଶପୁର ଆରଆଇ ଏମ ସୁଦାମ ଓ କହେଁଇପୁର ଆରଆଇ ବିନୟ ଶବରଙ୍କ ସମେତ ଖୋଜାପଲ୍ଲୀ, ପୁଷ୍ଟପୁର, ମଥୁରା ପ୍ରଭୃତି ୧୧ ଗୋଟି ରାଜସ୍ୱ ସରକଲର ଆରଆଇମାନେ ଯୋଗ ଦେଇଥିବା ବେଳେ ଖଲ୍ଲିକୋଟ ଯୁବ ବିଜେଡି ସଭାପତି ଦୟାନିଧି ସାହୁ ଓ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଚିତ୍ତରଞ୍ଜନ ମାଝୀଙ୍କ ସମେତ ଖଲ୍ଲିକୋଟ ତହସିଲ ସମସ୍ତ କର୍ମଚାରୀ ମାନେ ଯୋଗ ଦେଇ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.